ମୋଦି ବିଶ୍ୱର ସବୁୁଠୁ ଭଲ ଶିଳ୍ପଦ୍ୟୋଗୀ : ଉବେର ସିଇଓ

ନୂଆଦିଲ୍ଲୀ : ବିଶ୍ୱର ବୃହତ୍ତମ କ୍ୟାବ୍‌ ସର୍ଭିସ କମ୍ପାନି ଉବେରର ସିଇଓ ଦାରା ଖୋସ୍ରୋସାହିଙ୍କ ଜଣେ ଆଦର୍ଶ ଅଛନ୍ତି । ତାଙ୍କଠାରୁ ସେ ପ୍ରେରଣା ନିଅନ୍ତି ବୋଲି କହିଛନ୍ତି । ଆପଣ ଭାବୁଥିବେ ଉବେର ପରି ବିଶାଳ କମ୍ପାନିର ସିଇଓଙ୍କ ଆଦର୍ଶ ବିଶ୍ୱର କୌଣସି ବଡ଼ କମ୍ପାନିର ସିଇଓ ହୋଇଥିବେ । କିନ୍ତୁ ଏହା ସତ ନୁହେଁ । ତାଙ୍କର ପ୍ରେରଣା ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Times of India

ନିକଟରେ ଭାରତ ଗସ୍ତରେ ଆସିଥିବା ଅବସରରେ ସେ ଏକଥା କହିଛନ୍ତି । ସେ କହିଛନ୍ତି ଯେ ମୋଦି ହେଉଛନ୍ତି ବିଶ୍ୱର ସବୁଠୁ ଭଲ ସିଇଓ । ସେ କହିଛନ୍ତି ଯେ ଜଣେ ଉଦ୍ୟୋଗୀ ହେବା ଏକ କଷ୍ଟକର କାମ । କିନ୍ତୁ ଆହୁରି କଷ୍ଟକର ହେଉଛି ଜଣେ ମହାନ ଉଦ୍ୟୋଗୀ ହେବା । ଯେଉଁ ଭଳି ଭାବରେ ସେ ଭାରତକୁ ବିଶ୍ୱ ସମ୍ମୁଖରେ ସେ ଉପସ୍ଥାପନ କରୁଛନ୍ତି, ଭାରତରେ ସଂସ୍କାର ଆଣୁଛନ୍ତି ତାହା ବେଶ ପ୍ରସଂଶାଯୋଗ୍ୟ । ଭାରତୀୟ ଅର୍ଥନୀତିକୁ ସେ ଆଗେଇ ନେଉଛନ୍ତି । ଭାରତକୁ ଯେଉଁଭଳି ଭାବେ ସେ ଆଗେଇନେଉଛନ୍ତି ସେଥିପାଇଁ ଏକ ବିଶେଷ ଦକ୍ଷତା ଆବଶ୍ୟକ । ଏପରି ଦକ୍ଷତା ହାସଲ କରିବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି ।

ଭାରତ ଉବେର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଓ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଭାରତ ଏକ ପ୍ରମୁଖ ବଜାର ରହିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର