ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତମଙ୍ଗଳବାର ବାଗଲକୋଟର କନ୍ୟାଙ୍କୁ ଏକ ଚିଠି ଲେଖିଛନ୍ତି। ଏହି କନ୍ୟା ଜଣକ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଦିବ୍ୟାଙ୍ଗତ ମାତାଙ୍କର ଏକ ଫଟୋ ଆଙ୍କିଥିଲେ। ଯାହାକୁ ଲୋକେ ଖୁବ ପସନ୍ଦ ବି କରିଥିଲେ। ଏପ୍ରିଲ ୨୯ ତାରିଖରେ ବାଗଲକୋଟରେ ମୋଦୀଙ୍କ ସମାବେଶରେ କନ୍ୟାଙ୍କ ଦ୍ବାରା ଅଙ୍କା ଯାଇଥିବା ମୋଦୀ ଓ ତାଙ୍କ ମା’ଙ୍କ ଫଟୋ ଚିତ୍ର ଲୋକଙ୍କ ବେଶ ଦୃଷ୍ଟି ଆକର୍ଷଣ କରିଥିଲା।
ଲୋକସଭା ନିର୍ବାଚନ ସମୟରେ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ବାଗଲକୋଟରେ ପହଞ୍ଚିଥିଲେ। ଏହି ସମୟରେ ଭିଡ଼ ଭିତରେ ଜଣେ କନ୍ୟା ମୋଦୀ ଓ ତାଙ୍କ ମା’ଙ୍କ ଫଟୋ ଆଙ୍କିଥିବା ଏକ ପୋଷ୍ଟର ଧରି ଛିଡ଼ା ହୋଇଥିଲେ। ଏଦୃଶ୍ୟ ଦେଖି ମୋଦୀ ତାଙ୍କ କମାଣ୍ଡୋଙ୍କୁ ଉକ୍ତ କନ୍ୟା ଜଣଙ୍କୁ ଡାକି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ।
ନିକଟରେ ମୋଦୀ ଉକ୍ତ କନ୍ୟାଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମୋଦୀ ଉଲ୍ଲେଖ କରିଛନ୍ତି “ଏହି ସୁନ୍ଦର ଚିତ୍ର ଉପହାର ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି। ଏହି କଳାତ୍ମକ କାର୍ଯ୍ୟ ମନୁଷ୍ୟର ଭାବନାକୁ ଗୁରୁତ୍ୱ ଦେଇଥାଏ । ତୁମର ଚିତ୍ରଗୁଡ଼ିକ ଏକ ଜୀବନ୍ତ ପ୍ରଦର୍ଶନ। ଏହା ନୂତନ ଭାରତ ଗଠନ ଏବଂ ଆମର ଯୁବକମାନଙ୍କ ପାଇଁ ଏକ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ମୋର ପ୍ରତିବଦ୍ଧତାକୁ ପ୍ରେରଣା କରୁଛି। ତୁମର ଏହି ସୃଜନଶୀଳ ପ୍ରତିଭା ଏବଂ କୌଶଳକୁ ଜାରି ରଖିଥିବ। ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/03bbcdcc-b166-4b7f-89ed-e0c9856e5581.jpg)