ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଆଜି ନଏଡ଼ା ପୁଲିସ ଲକ୍ଷ୍ନୌରୁ ଜଣେ ସ୍କୁଲ୍ ଛାତ୍ରକୁ ଗିରଫ କରିଛି। ବିହାରର ଏହି ୧୬ ବର୍ଷୀୟ ବାଳକକୁ ଆଜି ଲକ୍ଷ୍ନୌର ଚିନହଟ ଅଞ୍ଚଳରୁ ଗିରଫ କରାଯାଇ ନଏଡ଼ା ଅଣାଯାଇଛି ବୋଲି ନଏଡ଼ା ଏସିପି ରାଜନୀଶ ବର୍ମା କହିଛନ୍ତି। ଉକ୍ତ ଘଟଣାରେ ଏପ୍ରିଲ ୫ ତାରିଖରେ ଧାରା ୨୦ ଅଧୀନରେ ଏକ ଏତଲା ରୁଜୁ ହୋଇଥିଲା। ଏକ ମିଡିଆ ହାଉସ୍କୁ ଇମେଲ୍ ଯୋଗେ ଏହି ହତ୍ୟା ଧମକ ପଠାଯାଇଥିଲା। ତଦନ୍ତ ପ୍ରକ୍ରିୟାରୁ ପୁଲିସ ଇମେଲ୍ ପଠାଇଥିବା ବାଳକକୁ ଲକ୍ଷ୍ନୌରୁ ଚିହ୍ନଟ କରିଛି। ଉକ୍ତ ସ୍କୁଲ୍ ଛାତ୍ର ଏକାଦଶ ଶ୍ରେଣୀ ପାଠ ଶେଷ କରିଛି। ପୁଲିସ ମଧ୍ୟ ଏହି ଘଟଣାରେ ଆଇଟି ଆଇନ ଅଧୀନରେ ଏକ ମାମଲା ରୁଜୁ କରିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp