ମୋଦିଜୀ ! ସ୍ୱିଜରଲାଣ୍ଡ ଯାଇଥିଲେ, କିଛି କଳାଧନ ଆଣିଲେ କି ? : ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ବିଦେଶରୁ କଳାଧନ ଆଣିବା ନେଇ ମୋଦିଙ୍କୁ ସମାଲୋଚନା କରିବା ଅବ୍ୟାହତ ରଖିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ସ୍ୱିଜରଲାଣ୍ଡରୁ କେତେ ପରିମାଣରେ କଳାଧନ ଆସିଲା ବୋଲି ରାହୁଲ ଟ୍ଵିଟ୍‌ କରି ପ୍ରଶ୍ନ କରିଛନ୍ତି ।

“ ମୋଦିଜୀ ! ସ୍ୱିଜରଲାଣ୍ଡରୁ ଫେରିଥିବାରୁ ସ୍ୱାଗତ ! ମୁଁ ପୁଣି ଥରେ କଳାଧନ ବାବଦରେ ଆପଣଙ୍କୁ ମନେ ପକାଇଦେବାକୁ ଚାହୁଁଛି । ଭାରତର ଯୁବପିଢି ଜାଣିବାକୁ ଚାହୁଁଛନ୍ତି ଯେ ଆପଣ ସ୍ୱିଜରଲାଣ୍ଡରୁ କିଛି କଳାଧନ ଆଣିଲେ କି ?”

 

୨୦୧୪ରେ ବିପୁଳ ବିଜୟ ସହ ଶାସନକୁ ଆସିଥିବା ବିଜେପି ସରକାରର ଏକ ମୁଖ୍ୟ ନିର୍ବାଚନୀ ପ୍ରତିଶୃତି ଥିଲା ବିଦେଶରୁ କଳାଧନ ଆଣିବା ।

ତେବେ ସ୍ୱିଜରଲାଣ୍ଡ ବ୍ୟାଙ୍କ ଗୁଡିକରେ ଟଙ୍କା ଜମା ରଖିଥିବା ଲୋକମାନଙ୍କ ସଂପର୍କରେ ତଥ୍ୟ ଦେବା ପାଇ ଁ ଭାରତ ସରକାର ଏକ ବୁଝାମଣା କରିଛନ୍ତି । ଏହା ଅନୁଯାୟୀ ଗତ ଜାନୁୟାରୀ ୧ରୁ ସ୍ୱିଜରଲାଣ୍ଡ ନିଜ ଦେଶରେ ଥିବା ବ୍ୟାଙ୍କଖାତାଗୁଡ଼ିକର ତଥ୍ୟ ଭାରତ ସରକାରଙ୍କ ସହ ଆଦାନପ୍ରଦାନ ଆରମ୍ଭ କରିଛି । ପୁଣି ଆଗାମୀ ୨୦୧୯ ଜାନୁୟାରୀ ୧ରୁ ଆପେ ଆପେ ଏହି ତଥ୍ୟ ଭାରତ ସରକାରଙ୍କ ପାଖରେ ପହଞ୍ଚିଯିବ । ଏହି ଚୁକ୍ତି ଅନୁସାରେ ଅଟୋମାଟିକ୍‌ ଏକ୍ସଚେଞ୍ଜ ଅଫ ଇନଫର୍ମେସନ( ଏଇଓଆଇ)କୁ କାର୍ଯ୍ୟକାରୀ କରାଯିବ । ପୁରୁଣା ବ୍ୟବସ୍ଥା ଅନୁସାରେ ଭାରତ ସରକାର କୌଣସି ଆକାଉଣ୍ଟ ଉପରେ ସୂଚନା ମାଗିଲେ ସ୍ୱିଜରଲାଣ୍ଡ ସରକାର ତାହାର ବିଚାର କରୁଥିଲେ । କିନ୍ତୁ ଏହି ଚୁକ୍ତି ଅନୁସାରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସୂଚନା ଆପେ ଆପେ ଭାରତ ପାଖରେ ପହଞ୍ଚିବ ।

ସମ୍ବନ୍ଧିତ ଖବର