ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାପାଇଁ ଆଜିଠାରୁ ୨ ଦିନିଆ ବ୍ରାଜିଲ୍‌ ଗସ୍ତରେ ଯାଇଛନ୍ତି। ନଭେମ୍ବର ୧୩ ତାରିଖ ସକାଳେ ମୋଦୀ ବ୍ରାସିଲିଆରେ ପହଞ୍ଚିବେ। ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ‌ରେ ମୋଦୀ ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବଲ୍‌ସୋ‌ନାରୋଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ‌ରେ ଦ୍ବିପାକ୍ଷିକ ଆଲୋଚନା କରିବେ। ଗସ୍ତ ଅବସରରେ ମୋଦୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହ ପୃଥକ୍‌ ଭାବେ ଦ୍ବିପାକ୍ଷିକ ଆଲୋଚନା କରିବେ।