ମୋଦୀଙ୍କ ୩ ଦିନିଆ ଗସ୍ତ ଆରମ୍ଭ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୩ ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି। ମୋଦୀ ଶନିବାର ସନ୍ଧ୍ୟାରେ ଗୁଜରାଟରେ ପହଞ୍ଚିବାପରେ ବାପିରେ ରୋଡ୍‌ସୋ କରିଛନ୍ତି। ମୋଦୀ ଭଲସାଦରେ ଏକ ରାଲି କରିଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ ମୋଦୀ ବିଭିନ୍ନ ଜିଲ୍ଲାରେ ରୢାଲି କରିବେ। ମୋଦୀ ସୌରାଷ୍ଟ୍ରରୁ ସୁରଟ ପର୍ଯ୍ୟନ୍ତ ମୋଟ୍‌ ୮ଟି କାର୍ଯ୍ୟକ୍ରମରେ ଯୋଗ ଦେବେ।

ଆଜି ମୋଦୀ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ସୌରାଷ୍ଟ୍ର ଅଞ୍ଚଳରେ ୪ଟି ରାଲି କରିବେ। ଗସ୍ତର ତୃତୀୟ ଦିନରେ ମୋଦୀ ସୁରେନ୍ଦ୍ରନଗର, ଭାରୁଚ ଏବଂ ନବସରିରେ ରୢାଲି କରିବେ। ମୋଦୀ ମଧ୍ୟ ତାଙ୍କ ଗସ୍ତ ଅବସରରେ ରାଜ୍ୟ ନେତାମାନଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ‌ମଧ୍ୟ ଗୁଜରାଟରେ ନିର୍ବାଚନ ପ୍ରଚାର କରିଛନ୍ତି।

ସମ୍ବନ୍ଧିତ ଖବର