ପିଏମ୍‌ଓରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିବାର ୨ ମାସ ବିତିଲା ହେଲେ ପି କେ ସିହ୍ନାଙ୍କୁ ଏ ଯାବତ୍‌ ମିଳିଲାନି ‘ରାଙ୍କ୍‌’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶଦାତା ଭାବେ ପି କେ ସିହ୍ନାଙ୍କୁ ନିଯୁକ୍ତି ମିଳିବାର ଦୁଇ ମାସ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ତାଙ୍କୁ ଏଯାବତ୍‌ କୌଣସି ପ୍ରକାରର ‘ରୢାଙ୍କ୍‌’ ବା ଶ୍ରେଣୀ ମିଳି ପରିନାହିଁ। ଫଳରେ ଜଣେ ‘ରୢାଙ୍କ୍‌’ ବିହୀନ ଅଧିକାରୀ ଭାବେ ପିଏମ୍‌ଓରେ କାର୍ଯ୍ୟ କରୁଛନ୍ତି ଶ୍ରୀ ସିହ୍ନା। ଉଲ୍ଲେଖଯୋଗ୍ୟ ସିହ୍ନାଙ୍କ ସହଯୋଗୀ ଭାବେ ପିଏମ୍‌ଓରେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ (ପ୍ରିନ୍ସପାଲ ସେକ୍ରେଟାରି) ପି କେ ମିଶ୍ର ଓ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲଙ୍କୁ କ୍ୟାବିନେଟ ‘ରୢାଙ୍କ୍‌’ ମିଳି ସାରିଥିବା ବେଳେ ଶ୍ରୀ ସିହ୍ନା ଏଥିରୁ ବଞ୍ଚିତ ରହିଛନ୍ତି।

୧୯୭୭ ବ୍ୟାଚ୍‌ର ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍‌ ଅଧିକାରୀ ପି କେ ସିହ୍ନା ପୂର୍ବରୁ ଦୀର୍ଘ ଚାରି ବର୍ଷ କାଳ ଧରି କେନ୍ଦ୍ରରେ କ୍ୟାବିନେଟ ସଚିବ ରହିଥିଲେ। ଚାରି ବର୍ଷ କାଳ କେନ୍ଦ୍ରରେ କ୍ୟାବିନେଟ ସଚିବ ରହିବାରେ ଶ୍ରୀ ସିହ୍ନା ହେଉଛନ୍ତି ଦେଶର ଏକମାତ୍ର ଆଇଏଏସ୍‌। ସେତେବେଳେ କ୍ୟାବିନେଟ ସଚିବ ଭାବେ ଶ୍ରୀ ସିହ୍ନାଙ୍କ ସ୍ଥାନ ଦେଶର ଭିଭିଆଇପିଙ୍କ ମଧ୍ୟରେ ୧୧ ନମ୍ବର ସ୍ଥାନରେ ରହିଥିଲା।

ସମ୍ବନ୍ଧିତ ଖବର