ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବହୁ ଅଧିକ ପ୍ରଶଂସକ ଓ ଅନୁଗାମୀ ରହିଛନ୍ତି। ଚଳିତବର୍ଷ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଗୁଗୁଲ୍ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର ଓ ୟୁଟୁବ୍ରେ ଖୋଜା ଯାଉଥିବା ଏବଂ ଟ୍ରେଣ୍ଡ୍ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସେ ସବୁଠୁ ଆଗରେ ରହିଛନ୍ତି। ଟ୍ରେଣ୍ଡ୍ ସେକ୍ସନରେ ୨୧୭୧ ଟ୍ରେଣ୍ଡ୍ ସହିତ ମୋଦୀ ସର୍ବାଗ୍ରେ ଥିବାବେଳେ ତାଙ୍କ ପଛକୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ୨୧୩୭ ଟ୍ରେଣ୍ଡ୍ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦେଶର ଅନ୍ୟ ଯେଉଁ ରାଜନେତାମାନଙ୍କ ସ୍କୋର ଟ୍ରେଣ୍ଡିଂରେ ଅଧିକ ରହିଛି ସେମାନେ ହେଲେ ମମତା ବାନାର୍ଜୀ, ସୋନିଆ ଗାନ୍ଧି, ଉଦ୍ଧବ ଠାକ୍ରେ ଓ ରାହୁଲ ଗାନ୍ଧି ବୋଲି ଅନଲାଇନ ସ୍କୋର୍ ବିଶ୍ଳେଷଣ କରୁଥିବା କମ୍ପାନି ଚେକ୍ବ୍ରାଣ୍ଡ୍ ପକ୍ଷରୁ କୁହାଯାଇଛି। ମୋଦୀଙ୍କ ମୋଟ ବ୍ରାଣ୍ଡ୍ ସ୍କୋର ୭୦ ରହିଛି। ୫ଟି ମାନଦଣ୍ଡ ଯଥା ଭାବାବେଗ(୩୦), ଅନୁଗାମୀ(୨୦) ଏନଗେଜ୍ମେଣ୍ଟ୍ (୨୦), ମେନସନ୍ସ(୨୦) ଟ୍ରେଣ୍ଡ୍ସ(୧୦)କୁ ଉକ୍ତ ସ୍କୋର ପ୍ରସ୍ତୁତ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍କୋର ୩୬.୪୩ ଥିବାବେଳେ ତରୁଣ ଗୋଗଇଙ୍କ ସ୍କୋର ୩୧.୮୯, ଯୋଗୀ ଆଦିତ୍ୟନାଥଙ୍କ ସ୍କୋର ୨୭.୦୩ ରହିଛି। ରିପୋର୍ଟରେ କୁହାଯାଇଛି, ଏନଗେଜ୍ମେଣ୍ଟ ଓ ଫଲୋଅର୍ସ ଭିତ୍ତିରେ ମୋଦୀଙ୍କ ବ୍ରାଣ୍ଡ୍ ଭାଲ୍ୟୁ ୩୩୬ କୋଟି ଟଙ୍କା ରହିଥିବା ବେଳେ ଅମିତ ଶାହଙ୍କର ୩୩୫ କୋଟି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ୩୨୮ କୋଟି ରହିଛି।
ସୋସିଆଲ୍ ମିଡିଆରେ ମୋଦୀଙ୍କ ବ୍ରାଣ୍ଡ୍ ଭାଲ୍ୟୁ ୩୩୬ କୋଟି
/sambad/media/post_attachments/wp-content/uploads/2020/11/modi-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)