ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଦିବ୍ୟାଙ୍ଗ ବିଜେପି କର୍ମୀ ଏସ ମଣିକନ୍ଦନଙ୍କୁ ଶନିବାର ସନ୍ଧ୍ୟାରେ ଚେନ୍ନାଇରେ ଭେଟିଛନ୍ତି। ଏସ୍‌ ମଣିକନ୍ଦନଙ୍କ ସହ ମୋଦୀ ଏକ ସ୍ବତନ୍ତ୍ର ସେଲ୍‌ଫି ନେଇଛନ୍ତି। ଶନିବ‌ାର ତାମିଲନାଡ଼ୁ ଗସ୍ତ ସମୟରେ ମୋଦୀ ମଣିକନ୍ଦନଙ୍କୁ ଭେଟିଥିଲେ। ମଣିକନ୍ଦନଙ୍କ ସହ ଫ‌ଟୋକୁ ଟ୍ବିଟରରେ ସେୟାର କରି ‌ମୋଦୀ କହିଛନ୍ତି, ଚେନ୍ନାଇରେ ଥିରୁ ଏସ୍‌ ମଣିକନ୍ଦନଙ୍କ ସହ ଏକ ସ୍ବତନ୍ତ୍ର ସେଲ୍‌ଫି। ଏରୋଡ଼ର ସେ ଜଣେ ଗର୍ବିତ କାର୍ଯ୍ୟକର୍ତ୍ତା। ସେ ବୁଥ୍‌ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଦିବ୍ୟାଙ୍ଗ ହୋଇ ସୁଦ୍ଧା ସେ ନିଜସ୍ବ ଦୋକାନ ଚଳାଉଛନ୍ତି ଏବଂ ସବୁଠୁ ପ୍ରେରଣାଦାୟକ କଥା ହେଉଛି ସେ ତାଙ୍କ ଦୈନିକ ଲାଭର ଏକ ସନ୍ତୋଷଜନକ ଅଂଶ ବିଜେପିକୁ ଦେଉଛନ୍ତି। ମଣିକନ୍ଦନଙ୍କୁ କୃତଜ୍ଞତା ଜଣାଇ ମୋଦୀ କହିଛନ୍ତି, ଦଳରେ ଥିରୁ ଏସ୍‌ ମଣିକନ୍ଦନଙ୍କ ପରି ଲୋକଙ୍କ ପାଇଁ ମୁଁ ଦଳର ଜଣେ କାର୍ଯ୍ୟକର୍ତ୍ତା ହୋଇଥିବାରୁ ଗର୍ବିତ। ତାଙ୍କ ଜୀବନ ଯାତ୍ରା ଖୁବ୍‌ ପ୍ରେରଣାଦାୟୀ। ଆମ ଦଳ ଏବଂ ଦଳର ବିଚାରଧାରା ପାଇଁ ତାଙ୍କ ପ୍ରତିବଦ୍ଧତା ବି ପ୍ରେରଣାଦାୟୀ। ତାଙ୍କ ଉତ୍ତମ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା।