ନୂଆଦିଲ୍ଲୀ: ଆମେ ୨୦୧୮ ମସିହା ପାର୍‌ କରି ୨୦୧୯ ମସିହାରେ ପହଞ୍ଚିଛନ୍ତି। ଏହି ବର୍ଷ ହେବାକୁ ଅଛି ଲୋକସଭା ନିର୍ବାଚନ। ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ମନରେ ବାସ୍‌ ଏଇ ଗୋଟିଏ ପ୍ରଶ୍ନ କି ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ଭଳି ଏଥର ବି ନିଜର ଜଲଓ୍ଵା ଦେଖାଇବେ ନା ପୁଣି କଂଗ୍ରେସ ସମ୍ମୁଖରେ ଫିକା ପଡ଼ିଯିବେ? ମୋଦିଙ୍କ ଭବିଷ୍ୟବାଣୀ କରି ପଣ୍ଡିତ ଅରୁଣେଶ କୁମାର ଶର୍ମା କହିଛନ୍ତି କି ୨୦୧୯ ମସିହା ମୋଦିଙ୍କ ପାଇଁ ଏପାରି ନାଇଁ ତ ସେପାରିର ବର୍ଷ।

Advertisment

ପଣ୍ଡିତ ଅରୁଣେଶ କୁମାର ଶର୍ମାଙ୍କ ଗଣନା ଅନୁସାରେ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ବଡ଼ନଗରରେ ଦିନ ୧୧ଟା ସମୟରେ ଜନ୍ମଲାଭ କରିଥବା ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ରାଶି ଓ ଲଗ୍ନ ବୃଷ। ତାଙ୍କ ଲଗ୍ନରେ ଏବର୍ଷ ଚନ୍ଦ୍ର-ମଙ୍ଗଳ ଯୋଗ ରହିଛି ବୋଲି ଜ୍ୟୋତିଷ କହିଛନ୍ତି।

publive-image

ସ୍ୱରାଶିରେ ମଙ୍ଗଳଚାଳନା ହେତୁ ସେ ପ୍ରଚଣ୍ଡ ଯୋଦ୍ଧା ହୋଇପାରିଛନ୍ତି। ଭୂମିପୁତ୍ର ବୋଲାଇବାର ସୌଭାଗ୍ୟ ହାସଲ କରିଛନ୍ତି। ଶନି ଏବଂ ଗୁରୁଙ୍କ ପରସ୍ପର ଦୃଷ୍ଟି ହେତୁ ସେ ଆଧ୍ୟାତ୍ମିକତା ଆଡ଼େ ଆକୃଷ୍ଟ। ଶନି ଓ ଗୁରୁଙ୍କ ଉପସ୍ଥିତି ହିଁ ତାଙ୍କୁ ଉଚ୍ଚ ମନୋବଳ ପ୍ରଦାନ କରିବା ସହ ଆସ୍ତିକ ବ୍ୟକ୍ତିର ପରିଚୟ ପ୍ରଦାନ କରିଛି।

ଜ୍ୟୋତିଷଙ୍କ କହିବା ଅନୁଯାୟୀ ଏ ବର୍ଷ ତାଙ୍କ ତାଙ୍କ ରାଶି ଉପରେ କେତୁଙ୍କ ପ୍ରଭାବ ରହିବ। କେତୁଙ୍କ ପ୍ରଭାବ ହେତୁୁ ସେ ବିଭିନ୍ନ ଦିଗରେ ବାଧା ପାଇବେ। ତେଣୁ, ୨୦୧୯ ନିର୍ବାଚନ ସେ ଜିତିବେ କି ନାହିଁ ତାହା ସ୍ପଷ୍ଟ ନୁହେଁ। ମାତ୍ର ବିଜୟ ହେଉ କି ପରାଜୟ, ବଡ଼ ଧରଣର କିଛି ୨୦୧୯ରେ ଘଟିବ ବୋଲି ସୂଚନା ରହିଛି।

ନରେନ୍ଦ୍ର ମୋଦି ନିଜ ଜୀବନର ୬୯ ବର୍ଷ ବିତାଇ ସାରିଲେଣି। ୨୦୧୮ ମସିହା ଅପେକ୍ଷା ୨୦୧୯ ମସିହା ମୋଦିଙ୍କ ପାଇଁ କମ୍‌ ଶୁଭଙ୍କର ବର୍ଷ ରହିବ ବୋଲି ସୂଚନା ରହିଛି। ମୋଟାମୋଟୀ କହିବାକୁ ଗଲେ ଏବର୍ଷ ମୋଦିଙ୍କ ପାଇଁ ବିଶେଷ ଶୁଭଙ୍କର ନୁହେଁ।