ନୂଆଦିଲ୍ଲୀ : ଜାତୀୟ ଚିକିତ୍ସକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକ୍ତର ସମୁଦାୟକୁ ସେମାନଙ୍କ ସେବା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, କୋଭିଡ୍ ମହାମାରୀ ସମୟରେ ଡାକ୍ତରମାନେ ସାହସ, ନିଃସ୍ବାର୍ଥପରତା ଓ ନିଷ୍ଠା ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ, ଯାହା ଦେଶବାସୀଙ୍କଠାରେ ଆଶା ଓ ଶକ୍ତି ସଂଚାର କରିଥିଲା। ପ୍ରତିବର୍ଷ ଜୁଲାଇ ପହିଲାରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଏ। ଏହା ହେଉଛି ପଶ୍ଚିମବଙ୍ଗର ପ୍ରଥମ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଦିବସ। ୧୯୬୧ରେ ତାଙ୍କୁ ଭାରତ ରତ୍ନ ମିଳିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp