ନୂଆଦିଲ୍ଲୀ: ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଆଜି ବିମଷ୍ଟେକ୍ (ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର୍ ମଲ୍ଟି ସେକ୍ଟରାଲ୍ ଟେକନିକାଲ୍ ଆଣ୍ଡ ଇକୋନୋମିକ୍ କୋପରେସନ୍ ) ରାଷ୍ଟ୍ରର ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ। ବିମଷ୍ଟେକ୍ରେ ଭାରତ ସମେତ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ୍, ନେପାଳ ଏବଂ ଭୁଟାନ୍ ରହିଛନ୍ତି। ବିମଷ୍ଟେକ୍ରେ ୧.୫ ବିଲିଅନ୍ ଲୋକ ବାସ କରୁଛନ୍ତି, ଯାହା ବିଶ୍ବ ଜନସଂଖ୍ୟାର ୨୧ ପ୍ରତିଶତ। ତେବେ ବିମଷ୍ଟେକ୍ ରାଷ୍ଟ୍ରର ନେତୃବୃନ୍ଦଙ୍କୁ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରିବାର ଏକମାତ୍ର ପ୍ରାସଙ୍ଗିକତା ହେଉଛି ଏହା ଆଞ୍ଚଳିକ ସହଯୋଗ କ୍ଷେତ୍ରରେ ଭାରତର ପ୍ରତିଶ୍ରୁତି ପୂରଣ ଦିଗରେ ସାହାଯ୍ୟ କରିବ। ସେହିପରି ବିମଷ୍ଟେକ୍ରେ ପାକିସ୍ତାନ ନଥିବାରୁ ଏହା ମଧ୍ୟ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ହୋଇଛି। ପାକିସ୍ତାନକୁ କୂଟନୈତିକସ୍ତରରେ ଏକଘରିଆ କରିବାକୁ ମୋଦୀ ସରକାରଙ୍କ ପ୍ରୟାସ ଜାରି ରହିଥିବା ବେଳେ ମୋଦୀ ସରକାରର ଶପଥ ଗ୍ରହଣ ଉତ୍ସବରେ ବିମ୍ଷ୍ଟେକ୍ ନେତାଙ୍କ ଉପସ୍ଥିତି ଏକ ବଡ଼ କୂଟନୈତିକ ମାଷ୍ଟର ଷ୍ଟ୍ରୋକ୍ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ୨୦୧୪ରେ ମୋଦୀ ପ୍ରଥମ ଥର ଶପଥ ଗ୍ରହଣ କରିବା ସମୟରେ ସାର୍କ ରାଷ୍ଟ୍ର ମୁଖ୍ୟମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏଥିରେ ପାକିସ୍ତାନ ମଧ୍ୟ ଥିଲା। କିନ୍ତୁ ୫ ବର୍ଷ ପରେ ବିମଷ୍ଟେକ୍ ଉପରେ ଗୁରୁତ୍ବରୁ ଜଣାପଡ଼ୁଛି ଯେ ଭାରତ ଏବେ ଭିନ୍ନ ରଣନୀତିରେ ଆଗକୁ ବଢ଼ିବ। ଆଜି ଶପଥ ଗ୍ରହଣ ଉତ୍ସବରେ ବାଂଲାଦେଶ ରାଷ୍ଟ୍ରପତି ଅବଦୁଲ ହମିଦ, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା, କିର୍ଗିଜ୍ ରିପବ୍ଲିକ୍ ରାଷ୍ଟ୍ରପତି ସୋର୍ନୋବେ ଜିନ୍ବେକୋଭ୍, ମିଆଁମାର ରାଷ୍ଟ୍ରପତି ୟୁ ୱିନ୍ ମିନ୍ତ, ମରିସସ୍ ପ୍ରଧାନମନ୍ତ୍ରୀ ପି.କେ. ଜଗନ୍ନାଥ, ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ଭୁଟାନ୍ ପ୍ରଧାନମନ୍ତ୍ରୀ ଲୋଟେ ସେରିଂ ଏବଂ ଥାଇଲାଣ୍ଡ୍ର ସ୍ବତନ୍ତ୍ର ପ୍ରତିନିଧି ଗ୍ରିସାଦା ବୋନାର୍କ ଯୋଗ ଦେଇଥିଲେ।
ମୋଦୀଙ୍କ କୂଟନୈତିକ ମାଷ୍ଟରଷ୍ଟ୍ରୋକ୍: ଶପଥ ଗ୍ରହଣ ଉତ୍ସବରେ ବିମଷ୍ଟେକ୍ ନେତୃବୃନ୍ଦ
/sambad/media/post_attachments/wp-content/uploads/2019/05/Untitled-15-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)