ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ସରକାର ଗଠନ ପାଇଁ ବିଜେପିରେ ତତ୍ପରତା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗଠନ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ବୈଠକ କରିଛନ୍ତି। ଉତ୍ତରପ୍ରଦେଶରେ ଦ୍ବିତୀୟ ପାଳି ସରକାର ପାଇଁ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ସ୍ଥିର ହୋଇସାରିଥିବା ବେଳେ ଆଜି ମଣିପୁର ବିଜେପି ବିଧାୟକ ଦଳ ବୈଠକରେ ବୀରେନ୍ ସିଂହ ନେତା ନିର୍ବାଚିତ ହୋଇଛନ୍ତି। ବୀରେନ୍ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ବିଜେପି ଜିତିଥିବା ଅନ୍ୟ ୨ଟି ରାଜ୍ୟ ଗୋଆ ଏବଂ ଉତ୍ତରାଖଣ୍ଡରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ।
ଉତ୍ତରାଖଣ୍ଡର ପୁଷ୍କର ଧାମି ଓ ରାଜ୍ୟ ବିଜେପି ମୁଖ୍ୟ ମଦନ କୌଶିକ ରବିବାର ସକାଳେ ଅମିତ ଶାହଙ୍କୁ ଭେଟିଥିଲେ। ଆସନ୍ତାକାଲି ବିଧାୟକ ଦଳ ବୈଠକରେ ଧାମି ନେତା ନିର୍ବାଚିତ ହେବା ସଂଭାବନା ଅଛି। ବୈଠକ ପୂର୍ବରୁ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଧାମି କହିଥିଲେ, ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବେ। ଗୋଆର ପ୍ରମୋଦ ସାୱନ୍ତ ମଧ୍ୟ ଅନୁରୂପ ଉତ୍ତର ଦେଇଛନ୍ତି। ଉତ୍ତରାଖଣ୍ଡର ରାଜନୈତିକ ଦୃଶ୍ୟପଟରେ ଗତବର୍ଷ ଗୋଟାଏ ବଡ଼ ହଲଚଲ ଦେଖାଯାଇଥିଲା। ଦୁଇଜଣ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଏବଂ ତୀରଥ ସିଂହ ରାୱତଙ୍କୁ ବିଜେପି ହଟାଇଥିଲା ଏବଂ ପୁଷ୍କର ସିଂହ ଧାମିଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/modi-saha-naada.jpg)