ରାଷ୍ଟ୍ରପତି ଭବନରୁ ନୁହେଁ, ଘରେ ବସି ଟେଲିଭିଜନ ପରଦାରେ ପୁଅର ଶପଥଗ୍ରହଣ ଉତ୍ସବ ଦେଖିଲେ ମା’ ହୀରାବେନ

ନୂଆଦିଲ୍ଲୀ : ମା’ ଦେଖିଲେ ମୋଦିଙ୍କ ଶପଥ । ନୂଆଦିଲ୍ଲୀରେ ନୁହେଁ ବରଂ ପରଦାରେ । ଗୋଟିଏ ପଟେ ଆଜି ନୂଆଦିଲ୍ଲୀରେ ପୁଅ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିଲେ ଓ ଅନ୍ୟପଟେ ଅହମ୍ମଦାବାଦରେ ବସି ଟିଭି ପରଦାରେ ପୁଅର ଶପଥ ଗ୍ରହଣ ଉତ୍ସବକୁ ମନଭରି ଦେଖୁଥିଲେ ମା’ ହୀରାବେନ ମୋଦି । ନୂଆଦିଲ୍ଲୀରେ ହେଉଥିବା ଶପଥ ଗ୍ରହଣତ୍ତଉତ୍ସବକୁ ମା’ ଯାଇନଥିଲେ ମଧ୍ୟ ଗାନ୍ଧୀନଗରରୁ ଟିଭି ଶପଥଗ୍ରହଣ ଉତ୍ସବର ସିଧାପ୍ରସାରଣ ଦେଖିବା ସହ ମୋଦିଙ୍କୁ ଆର୍ଶୀବାଦ ଦେଇଥିଲେ ।

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ଦେଖୁଥିବା ବେଳେ ବେଶ ଖୁସି ଜଣାପଡୁଥିଲେ ମା’ ହୀରାବେନ ମୋଦି । ଏପରିକି ମୋଦିଙ୍କୁ ରାଷ୍ଟ୍ରପତି ଶପଥ ପାଠ କରାଉଥିବା ବେଳେ ଟିଭି ଆଗରେ ବସିଥିବା ମା’ଙ୍କୁ ତାଳି ମାରିବାର ଦେଖିବାକୁ ମିଳିଥିଲା । ପୁଅ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଉଥିବ ଆଉ ମା’ ଖୁସି ହେବନି ବା କେମିତି । ମୋଦିଙ୍କ ଶପଥଗ୍ରହଣ ଉତ୍ସବ ଦେଖିବା ସମୟରେ ବେଶ ଭାବବିହ୍ୱଳ ହୋଇପଡିଥିଲେ ମା’ ।

ମୋଦି ଓ ତାଙ୍କ ମା’ଙ୍କ ମଧ୍ୟରେ ଥିବା ଭଲପାଇବା ପୂରା ଦେଶ ଦେଖିଛି । ଏପରିକି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଗାନ୍ଧୀନଗର ଯିବା ସହ ମା’ଙ୍କ ଆର୍ଶୀବାଦ ନେଇଥିଲେ ମୋଦି । ଏପରିକି ନିର୍ବାଚନ ପୂର୍ବରୁ ମଧ୍ୟ ନିଜ ମା’ଙ୍କୁ ଭେଟିଥିଲେ ମୋଦି । ବଡ ବଡ କାମ କରିବା ପୂର୍ବରୁ ମା’ଙ୍କ ଆର୍ଶୀବାଦ ନେବାକୁ ଭୁଲିନଥାନ୍ତି ମୋଦି ।

ସମ୍ବନ୍ଧିତ ଖବର