ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟ୍(narendramodi.in)ର ଟ୍ବିଟର ଆକାଉଣ୍ଟ୍କୁ ଗୁରୁବାର ହ୍ୟାକ୍ କରାଯାଇଛି। ଟ୍ବିଟର ପକ୍ଷରୁ ମଧ୍ୟ ମୋଦୀଙ୍କ ବ୍ୟକ୍ତିଗତ ଟ୍ବିଟର୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ସ୍ପଷ୍ଟ କରାଯାଇଛି। ହ୍ୟାକର୍ଙ୍କ ପକ୍ଷରୁ ଏହି ଟ୍ବିଟର ହ୍ୟାଣ୍ଡେଲ୍ରୁ ଗୋଟିଏ ପରେ ଗୋଟିଏ କରି ଏକାଧିକ ଟ୍ବିଟ୍ କରାଯାଇଥିଲା। କୋଭିଡ୍-୧୯ ମହାମାରୀ ପାଇଁ ଗଠିତ ପିଏମ୍ କେୟାର୍ସ ଫଣ୍ଡ୍ ପାଇଁ ହ୍ୟାକର ଚାନ୍ଦା ମାଗିଥିଲେ। ଏହି ଚାନ୍ଦାକୁ ବିଟ୍କଏନ୍ରେ ଦେବାକୁ ଅନୁରୋଧ କରିଥିଲେ। ତେବେ ହ୍ୟାକ୍ ସଂପର୍କରେ ଜଣାପଡ଼ିବା ପରେ ତୁରନ୍ତ ଏହି ଟ୍ବିଟ୍କୁ ଡିଲିଟ୍ କରି ଦିଆଯାଇଛି। ଏକ ଟ୍ବିଟ୍ରେ ଲେଖାଯାଇଥିଲା, ‘ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, କୋଭିଡ୍-୧୯ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରନ୍ତୁ। ଟ୍ବିଟର୍ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ୱେବସାଇଟ୍ ଆକାଉଣ୍ଟ୍ର ପରିଚାଳନା ଉପରେ କିଛି ତଥ୍ୟ ହାସଲ କରି ହ୍ୟାକର ଏଭଳି କରିବାକୁ ସକ୍ଷମ ହୋଇଛନ୍ତି। ଏବେ ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ୍କୁ ସୁରକ୍ଷିତ ରଖିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ବିଟର୍ ପକ୍ଷରୁ କୁହାଯାଇଛି। ହ୍ୟାକର ନିଜକୁ ଜନ ୱିକ୍ ନାମରେ ପରିଚୟ ଦେଇଛି।
ମୋଦୀଙ୍କ ବ୍ୟକ୍ତିଗତ ଟ୍ବିଟର୍ ଆକାଉଣ୍ଟ୍ ହ୍ୟାକ୍, ପିଏମ୍ କେୟାର୍ସ ପାଇଁ ଚାନ୍ଦା ମାଗିଲେ ହ୍ୟାକର୍
/sambad/media/post_attachments/wp-content/uploads/2020/06/pm-modi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)