ନୂଆଦିଲ୍ଲୀ : ଉତ୍ତରପ୍ରଦେଶ, ପଂଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ନିର୍ବାଚନ କମିସନଙ୍କ ଦ୍ବାରା ନିର୍ଦ୍ଧାରିତ ଆଚରଣବିଧି ଲାଗୁ ହୋଇଛି ଏବଂ ଏହି ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ଆଚରଣବିଧି ଲାଗୁ ହୋଇଥିବାରୁ ୫ ରାଜ୍ୟରେ କୋଭିଡ୍-୧୯ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିବ ନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା କୋୱିନ୍ ଆପ୍ରୁ ଫିଲ୍ଟର ମାଧ୍ୟମରେ ସାର୍ଟିଫିକେଟ୍ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ଏବଂ ଫଟୋ ହଟାଇ ଦିଆଯିବ ଏବଂ ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ୫ ରାଜ୍ୟରେ ଫେବ୍ରୁଆରି ୧୦ରୁ ମାର୍ଚ୍ଚ ୭ ମଧ୍ୟମରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଭୋଟ୍ ଗଣତି ମାର୍ଚ୍ଚ ୧୦ରେ ହେବ।
ନିର୍ବାଚନ ଥିବା ୫ ରାଜ୍ୟରେ ଟିକା ସାର୍ଟିଫିକେଟ୍ରୁ ମୋଦୀଙ୍କ ଫଟୋ ହଟିବ
/sambad/media/post_attachments/wp-content/uploads/2022/01/modi-vaccine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)