ନୂଆଦିଲ୍ଲୀ: କୋଭିଡ୍ -୧୯ ଚିକିତ୍ସା ପାଇଁ ଟିକା ପ୍ରସ୍ତୁତି ଦିଗରେ କି ପଦକ୍ଷେପ ଗ୍ରହଣ ହୋଇଛି ଏବଂ ଟିକା ପ୍ରସ୍ତୁତ ଦିଗରେ ଭାରତ କେତେ ଆଗେଇଛି ତାହାର ସମୀକ୍ଷା କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଠିକ୍ ସମୟରେ ଟିକାକରଣ ନିଶ୍ଚିତ ଏବଂ କାର୍ଯ୍ୟକ୍ଷମ କରିବାପାଇଁ ମୋଦୀ ବିଭିନ୍ନ ଟେକ୍ନୋଲୋଜି ଉପକକରଣ ଗୁଡ଼ିକର ମୂଲ୍ୟାୟନ କରିବାକୁ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଏହି ବୈଠକରେ ମୋଦୀ ୪ଟି ମାର୍ଗଦର୍ଶିକା ଉପରେ ଗୁରୁତ୍ବାରୋପ କରିଛନ୍ତି। ମୋଦୀ କହିଛନ୍ତି ଅସୁରକ୍ଷିତ ଗୋଷ୍ଠୀଙ୍କୁ ପ୍ରଥମେ ଚିହ୍ନଟ କରିବାକୁ ହେବ। ସେମାନଙ୍କୁ ପ୍ରଥମେ ଟିକାକରଣ କରିବାକୁ ପଡ଼ିବ। ତଥା ଡାକ୍ତର, ନର୍ସ୍, ସ୍ବାସ୍ଥ୍ୟକର୍ମୀ ଏବଂ କୋଭିଡ୍ ମୁକାବିଲା ଦିଗରେ ଥିବା ଆଗ ଧାଡ଼ିର ଯୋଦ୍ଧାମାନଙ୍କୁ ପ୍ରଥମେ ଟିକାକରଣ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି। ବିନା କୌଣସି ବାସସ୍ଥାନ ଜନିତ କଟକଣାରେ ଯେକୌଣସି ବ୍ୟକ୍ତିଙ୍କୁ ଯେକୌଣସି ସ୍ଥାନରେ ଟିକା ଦିଆଯାଇପାରିବ। ଟିକା ବିଶ୍ବବ୍ୟାପୀ ସର୍ବତ୍ର ସୁଲଭ ହେବା ଦରକାର। କୌଣସି ବ୍ୟକ୍ତି ଯେମିତି ଟିକା ପାଇବାରୁ ବଞ୍ଚିବ ନହେବେ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି। ଉତ୍ପାଦନଠାରୁ ଟିକାକରଣ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଭଲଭାବେ ଯାଞ୍ଚ କରିବା ଉଚିତ୍ ବୋଲି ମୋଦୀ କହିଛନ୍ତି। ସଠିକ୍ ସମୟ ମଧ୍ୟରେ ଟିକା ଉପଲବ୍ଧ କରାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp