ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି। କରୋନା ସ୍ଥିତି ନେଇ ମୋଦୀଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ସପ୍ତମ ଭର୍ଚୁଆଲ୍ ବୈଠକ। ମୋଦୀ କହିଛନ୍ତି ଦେଶରେ ମୋଟ୍ ସକ୍ରିୟ ମାମଲାର ୮୦ ପ୍ରତିଶତ କେବଳ ୧୦ ଟି ରାଜ୍ୟରୁ ଚିହ୍ନଟ ହୋଇଛି। ଏହି ୧୦ଟି ରାଜ୍ୟ ଯଦି କରୋନାକୁ ହରାଇ ଦେବେ ତେବେ ଭାରତ କରୋନା ଯୁଦ୍ଧରେ ଜିତିପାରିବ। କରୋନା ଯୁଦ୍ଧରେ ଜିତିବାକୁ ହେଲେ ଟେଷ୍ଟିଂ ଅଧିକ ବଢ଼ାଇବାକୁ ହେବ ଏବଂ ଏକ ନୂଆ ମନ୍ତ୍ର ଆପଣାଇବାକୁ ପଡ଼ିବ। ଏହି ନୂଆ ମନ୍ତ୍ର ହେଉଛି, ଯେଉଁମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ ସେମାନେ ୭୨ ଘଣ୍ଟା ମଧ୍ୟରେ କରୋନା ଟେଷ୍ଟ୍ କରିବା ଉଚିତ୍। ମୋଦୀ କହିଛନ୍ତି, ଆଜିର ବୈଠକରୁ ଏହା ଜଣାପଡ଼ିଛି ଯେ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ ଅଧିକ ଟେଷ୍ଟିଂ ବଢ଼ାଇବାର ଜରୁରୀ ଆବଶ୍ୟକତା ରହିଛି।
ଅନ୍ଲକ୍-୩ ପ୍ରକ୍ରିୟା ଆରମ୍ଭ ବେହାପରେ ଏହି ବୈଠକ ହୋଇଛି। ଆଜିର ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଜଗନ ମୋହନ ରେଡ୍ଡି ଉପସ୍ଥିତ ଥିଲେ। କର୍ଣ୍ଣାଟକ ପକ୍ଷରୁ ବୈଠକରେ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀମାନେ କୋଭିଡ୍ ମୁକାବିଲା ଦିଗରେ କେନ୍ଦ୍ରଠାରୁ ଅଧିକ ପାଣ୍ଠି ଦାବି କରିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ସରକାର କୋଭିଡ୍ ଚିହ୍ନଟ ପାଇଁ ଆର୍ଟି ପିସିଆର ଟେଷ୍ଟ୍ ଖର୍ଚ୍ଚର ୫୦ ପ୍ରତିଶତ ଦେବା ଏବଂ ଉନ୍ନତ ମାନର ଭେଣ୍ଟିଲେଟର କ୍ରୟ ପାଇଁ ମଧ୍ୟ କେନ୍ଦ୍ର ପାଣ୍ଠି ଦେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/modi-meeting.jpg)