ଚେନ୍ନାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଚେନ୍ନାଇ ଗସ୍ତରେ ଆସି ଏକ ବିଶାଳ ରୋଡ୍ସୋ’ କରିଛନ୍ତି। ଗତ ବର୍ଷ ଡିଏମ୍କେ ସରକାର କ୍ଷମତାକୁ ଆସିବାପରେ ମୋଦୀ ଚେନ୍ନାଇକୁ ପ୍ରଥମ ଗସ୍ତ କରିଛନ୍ତି। ଚେନ୍ନାଇର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମ୍ରେ ମୋଦୀ ୩୧,୪୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମୋଟ୍ ୧୧ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଲାଇଟ୍ ହାଉସ ପ୍ରୋଜେକ୍ଟ ଅଧୀନରେ ନିର୍ମାଣ ହୋଇଥିବା ୧୧୫୨ ଘର ମୋଦୀ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏହି ପ୍ରକଳ୍ପ ୧୧୬ କୋଟି ଟଙ୍କାରେ ନିର୍ମାଣ ହୋଇଛି। ମୋଦୀ ଆଜି ୫ଟି ରେଳ ଷ୍ଟେସନ୍ର ପୁନଃବିକାଶ କାମ ପାଇଁ ଶିଳାନ୍ୟାସ କରିଛନ୍ତି। ଚେନ୍ନାଇ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଷ୍ଟାଲିନ୍ ତାମିଲ ଭାଷାକୁ ହିନ୍ଦୀ ଭଳି ସମାନ ଅଧିକାର ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଏହାର ଜବାବରେ କହିଥିଲେ ଯେ ତାମିଲ ଭାଷାର ଏକ ବିଶେଷ ସ୍ଥାନ ସର୍ବଦା ରହିଛି। ତାମିଲ ଭାଷା ଶାଶ୍ବତ ଏବଂ ତାମିଲ ସଂସ୍କୃତିର ବୈଶ୍ବିକ ପ୍ରଭାବ ରହିଛି। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ସଙ୍କଟଗ୍ରସ୍ତ ଶ୍ରୀଲଙ୍କା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ।
ଚେନ୍ନାଇରେ ମୋଦୀଙ୍କ ରୋଡ୍ସୋ, ମେଗା ପ୍ରକଳ୍ପ ଉଦ୍ଘାଟିତ
ଷ୍ଟାଲିନଙ୍କ ନିବେଦନ: ତାମିଲ ଭାଷାକୁ ହିନ୍ଦୀ ଭଳି ସମାନ ଅଧିକାର ମିଳୁ
/sambad/media/post_attachments/wp-content/uploads/2022/05/modi-add.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)