ହିମାଚଳପ୍ରଦେଶରେ ମୋଦୀଙ୍କ ବିଶାଳ ରୋଡ୍‌ସୋ‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ ହିମାଚଳପ୍ରଦେଶ ଗସ୍ତରେ ଅଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳାରେ ଗୁରୁବାର ଦିନ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ଧର୍ମଶାଳାରେ ଏକ ବିଶାାଳ ରୋଡ୍‌ସୋ କରିଛନ୍ତି। ମୋଦୀ ଏବଂ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କେସିବିବି ଚୌକରୁ ରାଜ୍ୟ ସହିଦ ସ୍ମାରକ ପର୍ଯ୍ୟନ୍ତ ରୋଡ୍‌ସୋ କରି ଯାଇଥିଲେ।

ମୋଦୀଙ୍କୁ ରାସ୍ତାସାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାଗତ କରାଯାଇଥିଲା। ପାରମ୍ପରିକ ପୋଷାକ ପିନ୍ଧି ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀ ବାଦ୍ୟ ଯନ୍ତ୍ର ବଜାଇ ‌ମୋଦୀଙ୍କୁ ସ୍ବାଗତ କରିଥିଲେ। ମୋଦୀ ତାଙ୍କ ଗସ୍ତ ଅବସରରେ ଧର୍ମଶାଳାରେ ପ୍ରଥମ ଜାତୀୟ ମୁଖ୍ୟ ସଚିବଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ହିମାଚଳ ପ୍ର‌ଦେଶ ପରେ ମୋଦୀ ଆସନ୍ତା ୧୮ ତାରିଖରେ ଗୁଜରାଟ ଗସ୍ତ କରିବେ। ଗୁଜରାଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସ୍ଥା‌ୟୀ କ୍ୟାମ୍ପସ୍‌ ପାଇଁ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତେବେ ମାସକ ମଧ୍ୟରେ ମୋଦୀ ଦ୍ବିତୀୟ ଥର ପାଇଁ ହିମାଚଳପ୍ରଦେଶ ଗସ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଉଭୟ ହିମାଚଳପ୍ରଦେଶ ଏବଂ ଗୁଜରାଟରେ ନିର୍ବାଚନ ଅଛି।

ସମ୍ବନ୍ଧିତ ଖବର