ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବ୍ୟାପକ ହିଂସା ଦେଖାଦେଇଛି। ସରକାରଙ୍କ ପକ୍ଷରୁ ହିଂସାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ଏହି ଆଇନ ସପକ୍ଷରେ ସୋସିଆଲ ମିଡିଆ ଅଭିଯାନ ଆରମ୍ଭ କରିଛନ୍ତି। ନୂଆକରି ପ୍ରଣୟନ ହୋଇଥିବା ନାଗରିକତା ସଂଶୋଧନ ଆଇନ ଅତ୍ୟାଚାରିତ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି ମୋଦୀ ଏଥିରେ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟ୍ ବାର୍ତ୍ତାରେ କହିଛନ୍ତି, ଭାରତ ସିଏଏକୁ ସମର୍ଥନ କରିବାର କାରଣ ହେଲା ଏହା ଅତ୍ୟାଚାରିତ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରୁଛି। ତେବେ ଏହା କାହାରି ନାଗରିକତାକୁ ଛଡ଼ାଇ ନେଉନାହିଁ। ପ୍ରଧାନମନ୍ତ୍ରୀଙ୍କ ନମୋ ଆପ୍ରୁ ଏ ସଂକ୍ରାନ୍ତ ତଥ୍ୟ, ଭିଡ଼ିଓ ଆଦି ଅନ୍ୟମାନଙ୍କ ନିକଟକୁ ପଠାଇ ସିଏଏକୁ ସମର୍ଥନ କରିବା ପାଇଁ ସେ କହିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ସଦ୍ଗୁରୁ ଜାଗି ବାସୁଦେବଙ୍କ ଏକ ଭିଡ଼ିଓଙ୍କୁ ମଧ୍ୟ ଟ୍ବିଟ୍ କରିଛନ୍ତି। ଏଥିରେ ସଦଗୁରୁ ସିଏଏ ସପକ୍ଷରେ ସରଳ ଭାବେ କହିଥିବା କଥା ଏବଂ ବ୍ୟାଖ୍ୟା ଶୁଣିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ସିଏଏ ସପକ୍ଷରେ ବିଜେପି ପକ୍ଷରୁ ମଧ୍ୟ ସୋସିଆଲ ମିଡିଆରେ ମଧ୍ୟ ଆଜି ଅଭିଯାନ ଆରମ୍ଭ ହୋଇଛି। ଗୁଜବ ନୁହେଁ ତଥ୍ୟର ପ୍ରଚାର କର ବୋଲି ଏଥିରେ କୁହାଯାଇଛି। ବିଦେଶୀମାନଙ୍କୁ ନାଗରିକତା ପ୍ରଦାନ ନେଇ ବର୍ତ୍ତମାନ ରହିଥିବା ନିୟମରେ ନୂଆ ଆଇନ କୌଣସି ପରିବର୍ତ୍ତନ ଆଣିନାହିଁ ବୋଲି ବିଜେପି ଟ୍ବିଟ୍ରେ କହିଛି।
ମୋଦୀଙ୍କ ସୋସିଆଲ ମିଡ଼ିଆ ଅଭିଯାନ
/sambad/media/post_attachments/wp-content/uploads/2019/12/modi-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)