ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପିନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଫିଲିପିନ୍ସର ୧୭ତମ ରାଷ୍ଟ୍ରପତି ଭାବେ ମାର୍କୋସ ଜୁନିୟର ନିର୍ବାଚିତ ହୋଇଛନ୍ତି। ଉଭୟ ନେତା ଦ୍ୱି ପାକ୍ଷିକ ସହଯୋଗ ଥିବା ବିଭିନ୍ନ କ୍ଷେତ୍ର ସମ୍ପର୍କରେ ସମୀକ୍ଷା କରିବା ସହ ବିଗତ ବର୍ଷଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ବଢ଼ିଥିବା ସହଯୋଗକୁ ନେଇ ସନ୍ତୋଷ ବ୍ୟକ୍ତି କରିଛନ୍ତି। ଭାରତର ଆକ୍ଟ ଇଷ୍ଟ ନୀତି ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ସମ୍ପର୍କରେ ଫିଲିପିନ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦୋହରାଇବା ସହ ଦ୍ୱି ପାକ୍ଷିକ ସମ୍ପର୍କକୁ ବିସ୍ତାରିତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଫିଲିପିନ୍ସ ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳାପ
/sambad/media/post_attachments/wp-content/uploads/2022/08/marcos.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)