ନୂଆଦିଲ୍ଲୀ, ୨୮/୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ସ୍ଥିତି ନେଇ ଆଜି ସନ୍ଧ୍ୟାରେ ପୁଣି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀମାନେ ଯୋଗ ଦେଇଛନ୍ତି। ତେବେ ୨୪ ଘଣ୍ଟାରେ ମୋଦୀ ୩ ଥର ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ମୋଦୀ ଗତକାଲି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ଏବଂ ଆଜି ସକାଳେ ଅନ୍ୟ ଏକ ବୈଠକ କରିଥିଲେ। ଉଦ୍ଧାର ପ୍ରକ୍ରିୟାରେ ସହଯୋଗ ଏବଂ ସମନ୍ବୟ ରକ୍ଷା କରିବାପାଇଁ ୪ ମନ୍ତ୍ରୀ ୟୁକ୍ରେନ୍ର ପଡ଼ୋଶୀ ରାଷ୍ଟ୍ର ଯିବେ। ଆଜି ରାତି ସୁଦ୍ଧା ମନ୍ତ୍ରୀମାନେ ଯିବା ଲାଗି କୁହାଯାଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋମାନିଆ ଏବଂ ମାଲ୍ଦଭା ଦାୟିତ୍ବରେ ରହିବେ। କିରେନ ରିଜିଜୁ ସ୍ଲୋଭାକିଆ ଯିବେ, ହରଦୀପ ପୁରି ହଙ୍ଗେରି ଏବଂ ଭିକେ ସିଂହ ପୋଲାଣ୍ଡ ଯିବେ। ଉକ୍ତ ୪ ମନ୍ତ୍ରୀ ଭାରତର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଭାବେ ଉଦ୍ଧାର ପ୍ରକ୍ରିୟାରେ ସମନ୍ବୟ ରକ୍ଷା କରିବେ। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ଆଜିର ବୈଠକରେ ଯୋଗ ଦେଇଥିଲେ। ଇତି ମଧ୍ୟରେ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବାପାଇଁ ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏବଂ ସ୍ପାଇସ୍ଜେଟ୍ ବୁକାରେଷ୍ଟ ଏବଂ ବୁଡାପେଷ୍ଟ୍ରୁ ବିମାନ ଉଡ଼ାଣ ଆରମ୍ଭ କରିଛନ୍ତି। ଏଯାବତ୍ କେବଳ ଏୟାର ଇଣ୍ଡିଆ ବିମାନ ଭାରତୀୟଙ୍କୁ ଫେରାଇ ଆଣିବାପାଇଁ ବିମାନ ପରିଚାଳନା କରୁଥିଲା। ଆଜି ଏକ ଏଆଇ ଏକ୍ସପ୍ରେସ୍ ବୁକାରେଷ୍ଟ୍ରୁ ଭାରତୀୟଙ୍କୁ ଧରି ମୁମ୍ବାଇ ଅଭିମୁଖେ ଉଡ଼ାଣ କରୁଛି। ପାଖାପାଖି ୧୬ ହଜାର ଛାତ୍ର ୟୁକ୍ରେନ୍ରେ ଫସି ରହିଛନ୍ତି। ଏଯାବତ ୧୪୦୦ ଭାରତୀୟଙ୍କୁ ୟୁକ୍ରେନ୍ରୁ ଉଦ୍ଧାର କରାଯାଇଛି ।
୨୪ ଘଣ୍ଟାରେ ମୋଦୀଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ: ତ୍ବରାନ୍ବିତ ହେଲା ଅପରେସନ୍ ଗଙ୍ଗା
ୟୁକ୍ରେନ୍ର ପଡ଼ୋଶୀ ରାଷ୍ଟ୍ର ଗଲେ ୪ ବରିଷ୍ଠ ମନ୍ତ୍ରୀ
/sambad/media/post_attachments/wp-content/uploads/2022/03/f654h65fs4hfhsf32h1sfh32s1fh23fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)