ୱାସିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁନ୍‌ ୨୧ ତାରିଖରୁ ୪ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ପୂର୍ବରୁ ମୋଦୀ ଆନେକ ଥର ଆମେରିକା ଗସ୍ତ କରିଛନ୍ତି। କିନ୍ତୁ ଏହା ମୋଦୀଙ୍କ ପ୍ରଥମ ଆନୁଷ୍ଠାନିକ ସରକାରୀ ଗସ୍ତ। ଆମେରିକା ଏଥିପାଇଁ ମୋଦୀଙ୍କୁ ଆମନ୍ତ୍ରିତ କରିଛି। ମୋଦୀଙ୍କ ଗସ୍ତ ଆମେରିକା ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଐତିହାସିକ ହେବ ଏବଂ ଦୁଇ ରାଷ୍ଟ୍ରର ପ୍ରତିରକ୍ଷା ଶିଳ୍ପ ଓ ସାମରିକ ସହଯୋଗ କ୍ଷେତ୍ରକୁ ନୂଆ ପର୍ଯ୍ୟାୟରେ ପହଞ୍ଚାଇବ ବୋଲି ପେଣ୍ଟାଗନ କହିଛି। ଭାରତ-ପ୍ରଶାନ୍ତ ସୁରକ୍ଷା ବ୍ୟାପାର ପାଇଁ ପ୍ରତିରକ୍ଷା ସହଯୋଗୀ ସଚିବ ଏଲି ରାଟନର କହିଛନ୍ତି, ଏହି ଐତିହାସିକ ଗସ୍ତ ସମୟରେ ଉଭୟ ରାଷ୍ଟ୍ର ଅନେକ ମହତ୍ବପୂର୍ଣ୍ଣ ଘୋଷଣା କରିବେ।