ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ସୁପ୍ରିମ କୋର୍ଟରେ ମାମଲା ଦାଏର ହୋଇଥିବା ବେଳେ ଆଜି ଏ ବାବଦରେ ନିର୍ବାଚନ କମିସନଙ୍କୁ ଜବାବ ଦାଖଲ କରିବା ପାଇଁ କହିଛନ୍ତି ସୁପ୍ରିମ୍ କୋର୍ଟ। ଅନ୍ୟପକ୍ଷରେ ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟି ଅଭିଯୋଗ ନେଇ ହୋଇଥିବା ମାମଲାରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ କମିସନ କ୍ଲିନ୍ଚିଟ୍ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନିର୍ବାଚନ କମିସନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାର୍ଦ୍ଧାରେ ନିର୍ବାଚନୀ ସଭାରେ ଦେଇଥିବା ଉଦ୍ବୋଧନ ଦ୍ବାରା କୌଣସି ଆଚରଣ ବିଧି ଉଲ୍ଲଂଘନ ହୋଇନାହିଁ। ଅନ୍ୟ ମାମଲାଗୁଡ଼ିକ ଉପରେ ତର୍ଜମା ଚାଲିଛି ବୋଲି କମିସନ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଶାହ ନିର୍ବାଚନ ପ୍ରଚାରରେ ଭୋଟ୍ ହାସଲ ପାଇଁ ବ୍ୟବହାର କରୁଥିବା ଏବଂ ହିନ୍ଦୁ-ମୁସ୍ଲିମ୍ ସଂପ୍ରଦାୟ ମଧ୍ୟରେ ବିଦ୍ବେଷ ସୃଷ୍ଟି କରିଥିବା ଅଭିଯୋଗ ନେଇ ନିର୍ବାଚନ କମିସନ ପଦକ୍ଷେପ ଗ୍ରହଣ କରୁନଥିବାରୁ କଂଗ୍ରେସ ସାଂସଦ ସୁସ୍ମିତା ଦେବ କମିସନଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଏହି ମାମଲାରେ ନିର୍ବାଚନ କମିସନ ନିଷ୍ପତ୍ତି ନେବାରେ ସ୍ବାଧୀନତା ରଖୁଛନ୍ତି ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ଏ ବାବଦରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଗୁରୁବାର ଦିନ ହେବ। ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ୍ ଏସ୍ କେ କୌଲ୍ ଏବଂ ଜଷ୍ଟିସ୍ କେ ଏମ୍ ଯୋଶେଫ୍ ରହିଛନ୍ତି। ନିର୍ବାଚନର କମିସନ ବିଜେପି ନେତାମାନଙ୍କ ଦ୍ବାରା ଆଚରଣବିଧି ଉଲ୍ଲଂଘନ ମାମଲାରେ ପକ୍ଷପାତପୂର୍ଣ୍ଣ ନୀତି ଧରୁଛନ୍ତି ଏବଂ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ନିର୍ବାଚନ କମିସନଙ୍କ ଉଦାସୀନତା ଯୋଗୁଁ ସମଗ୍ର ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହେଉଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ୧ ଏପ୍ରିଲରେ ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ରରେ ଏକ ରୢାଲିରେ ଉଦ୍ବୋଧନ ଦେଇ ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଯୁବ ଭୋଟର୍ମାନେ ସେମାନଙ୍କ ଭୋଟ୍ ବାଲାକୋଟ ଏୟାର୍ ଷ୍ଟ୍ରାଇକ୍ରେ ସାମିଲ ହୋଇଥିବା ବୀର୍ ଯବାନଙ୍କ ଉଦ୍ଦେଶ୍ୟରେ ଦେବା ପାଇଁ ଆହ୍ବାନ ଦେଇଥିଲେ। ଏହାକୁ ନେଇ ବଡ଼ ଧରଣର ବିବାଦ ଉପୁଜିଥିଲା।
ମୋଦୀ, ଶାହଙ୍କ ଦ୍ବାରା ଆଚରଣ ବିଧି ଉଲ୍ଲଂଘନ ମାମଲା:ଇସିଙ୍କୁ ଜବାବ ମାଗିଲେ ସୁପ୍ରିମ୍ କୋର୍ଟ
ଗୋଟିଏ ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇସିଙ୍କ କ୍ଲିନ୍ଚିଟ୍
/sambad/media/post_attachments/wp-content/uploads/2019/05/bjp.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)