ନୂଆଦିଲ୍ଲୀ: ବିପୁଳ ବହୁମତରେ ଶାସନ ଗାଦିକୁ ଫେରିଛନ୍ତି ନରେନ୍ଦ୍ର ମୋଦି। ଦ୍ୱିତୀୟ ଇଂନିସ୍ ଆରମ୍ଭ କରିବା ପାଇଁ ଯାଉଛନ୍ତି ନରେନ୍ଦ୍ର ମୋଦି। ଲେକାସଭା ର୍ନିବାଚନରେ ଏନଡିଏକୁ ବହୁମତ ମିଳିଛି। ସାରା ଦେଶରେ ମୋଦି ଲେହେର। ଅନେକ ଭୋଟ୍ରେ ବାଜିମାତ କରିଛି ଏନଡିଏ। ଆସନ୍ତା ୩୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଲୋକସଭା ର୍ନିବାଚନରେ ବମ୍ପର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟ ଯାଇ ମା’ଙ୍କୁ ଭେଟି ଆଶୀର୍ବାଦ ନେବେ ଯ ସ୍ଥାନୀୟ ପ୍ରଶାସନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ କଡ଼ାକଡ଼ି ପ୍ରସ୍ତୁତି କରୁଛି।
ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ୨୦୧୪ ର୍ନିବାଚନରେ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ମା’ଙ୍କୁ ଭେଟିବା ପାଇଁ ଗୁଜରାଟ ଯାଇଥିଲେ। ଚଳିତ ର୍ନିବାଚନରେ ମତଦାନ ପୂର୍ବରୁ ମଧ୍ୟ ମା’ଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ। ମା’ଙ୍କୁ ଭେଟିବା ପରେ ଆସନ୍ତାକାଲି କାଶୀ ବିଶ୍ୱନାଥ ମନ୍ଦିର ଯିବେ ମୋଦି। ସେଠାରେ କାଶୀ ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କରିବେ। ପୂଜାର୍ଚ୍ଚନା ପରେ ଲାଲପୁର ଅଂଚଳରେ ଟ୍ରେଡ୍ ଫେସିଲିଟେସନ୍ ସେଂଟର ଯିବାର କାର୍ଯ୍ୟକ୍ରମ ରହିଛି।
/sambad/media/post_attachments/wp-content/uploads/2019/05/india_vote_wide-a80bd62053143bfb5e1ec4c2feb197ab051cc9bb-750x430-300x172.jpg)
ସୂଚନାଯୋଗ୍ୟ ଗତକାଲି ସଂଧ୍ୟାରେ ଏନଡିଏ ସଂସଦୀୟ ଦଳ ବୈଠକରେ ମୋଦିଙ୍କୁ ନେତା ଚୟନ କରାଯାଇଥିଲା। ଶୀରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାର ଏହି ପ୍ରସ୍ତାବର ସମର୍ଥନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/narendra-modi_modi-with-mom-770x433.jpg)