ମୋଗଲ ସରାଇ ଷ୍ଟେସନ୍‌ର ନାଁ ବଦଳିଲା

ଲକ୍ଷ୍ନୌ: ଭାରତର ସର୍ବପୂରାତନ ରେଳ ଷ୍ଟେସନ୍‌ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ୟୁପିର ମୋଗଲ ସରାଇ ରେଳ ଷ୍ଟେସନ୍‌। ତେବେ ଏହି ରେଳ ଷ୍ଟେସନ୍‌ର ନାମ ଏବେ ବଦଳାଇ ଦିଆଯାଇଛି। ଏହାର ନାଁ ଏବେ ରଖାଯାଇଛି ‘ ଦିନ ଦୟାଲ ଉପାଧ୍ୟାୟ ଜଙ୍କସନ୍‌’। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଗତବର୍ଷ ଏହି ଷ୍ଟେସନର ନାମ ପରିବର୍ତ୍ତନ ନେଇ ହୋଇଥିବା ଅନୁରୋଧକୁ କେନ୍ଦ୍ର ସରକାର ଅନୁମୋଦନ ଦେବାପରେ ବିଭିନ୍ନ ଦଳ ଗୁଡ଼ିକ ଏହାକୁ ବିରୋଧ କରିଥିଲେ। ତେବେ ଆଜି ଷ୍ଟେସନ୍‌ର ନାମ ବଦଳିବାପରେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ଅରବିନ୍ଦ୍ର କେଜ୍ରିଓ୍ଵାଲ୍‌ ଟ୍ଵିଟ୍‌ କରି ବିଜେପିକୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର