ଦୁର୍ଘଟଣାର ଶିକାର ହେଲେ କ୍ରିକେଟ୍‌ ଖେଳାଳି ସାମି, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଖେଳାଳି ମହମ୍ମଦ ସାମି ରବିବାର ସକାଳେ ଦେହରାଦୁନରୁ ଦିଲ୍ଲୀ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହାଇଛନ୍ତି। ଏହି ଦୁର୍ଘଟଣାରେ ସାମିଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି ।

ମିଳିଥିବା ସୂଚନା ମୁତାବକ, ସାମି ଆଜି ସକାଳୁ ପ୍ରାକ୍ଟିସ ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣାରେ ସାମୀଙ୍କର ଡାହାଣପଟ ଆଖିର ଉପରି ଭାଗରେ ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ସିଏମଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଘାତସ୍ଥାନରେ ୩ରୁ ୪ଟି ଷ୍ଟିଚ୍‌ ପଡିଥିବା ସହିତ ସାମି ଏବେ ସୁସ୍ଥ ଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଉଲ୍ଳେଖଯୋଗ୍ୟ, ଗତ କିଛି ଦିନ ହେଲା ସାମିଙ୍କ ଓ ତାଙ୍କ ପତ୍ନୀ ହାସିନା ଯାହାଁଙ୍କ ମଧ୍ୟରେ ପାରିବାରିକ ବିବାଦ ସୃଷ୍ଟି ହୋଇଛି। ପତ୍ନୀ ହସିନ ଜହାଁ ସାମିଙ୍କ ବିରୋଧରେ ଅନ୍ୟ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ନେଇ ପୁଲିସରେ ଅଭିଯୋଗ ଆଣିବା ସହିତ ତାଙ୍କୁ ବନ୍ଦ କୋଠାରୀରେ ଧର୍ଷଣ ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ଏହା ପରେ କୋଲକାତାରେ ସାମି ଓ ତାଙ୍କ ପରିବାରର ୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

ସାମିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗରେ ଆଇପିସିର ଧାରା ୪୯୮ କ ରେ ମାମଲା ରୁଜୁ କରିଥିଲା ପୁଲିସ। ଏହାଛଡା ପୁଲିସ ରୁଜୁ କରିଥିବା ମାମଲାରେ ସାମିଙ୍କ ବିରୋଧରେ ପତ୍ନୀଙ୍କୁ ହତ୍ୟା କରିବା ଉଦ୍ୟମ ଅଭିଯୋଗରେ ଆଇପିସିର ଧାରା ୩୦୭ ବି ଲଗାଯାଇଛି । ଆଇପିସିର ଧାରା ୩୭୬ ଅନ୍ତର୍ଗତ ଧର୍ଷଣର ଅଭିଯୋଗ ବି ରହିଛି । ପତ୍ନୀଙ୍କ ନୂଆ ନୂଆ ଅଭିଯୋଗ ପରେ ମହମ୍ମଦ ସାମିଙ୍କ ଅଡୁଆ ବଢୁଛି ।

ସମ୍ବନ୍ଧିତ ଖବର