କ୍ରିକେଟର୍‌ ସାମୀ ଆଫ୍ରିକୀୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ହ୍ଵାଟସ୍‌ଆପରେ କଥା ହେଉଥିଲେ : ହସିନ ଜାହାଁ

କୋଲକାତା : କ୍ରିକେଟର ମହମ୍ମଦ ସାମୀଙ୍କ ଉପରେ ତାଙ୍କ ସ୍ତ୍ରୀ ହସିନ ଜାହାଁ ଲଗାଇଥିବା ଆରୋପକୁ ଅନେକ ଚର୍ଚ୍ଚା ଚାଲିଥିବା ବେଳ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ସାମୀ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକାରେ ଥିବା ବେଳେ ଜଣେ ଆଫ୍ରିକୀୟ ମହିଳାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ଏବଂ ସେହି ଦିନ ଠାରୁ ସେ ଉକ୍ତ ମହିଳାଙ୍କ ସହ ଶରୀରିକ ସଂପର୍କ ରଖିବା ସହ ତାଙ୍କ ସହ ହ୍ଵାଟ୍‌ସଆପରେ କଥା ହେଉଥିଲେ ବୋଲି ହସିନ ଜାହାଁ ଅଭିଯୋଗ ଆଣିଛନ୍ତି ।
ଏହି ଅଭିଯୋଗ ପରେ ଥମି ଆସୁଥିବା ବିବାଦ ପୁଣି ଥରେ ନୂଆ ମୋଡ଼ ନେଇଛି । ପୂର୍ବରୁ ସାମୀଙ୍କର ଅନେକ ମହିଳାଙ୍କ ସହ ଶାରୀରିକ ସଂପର୍କ ରହିଛି ବୋଲି ହସିନ ଜାହାଁ ଅଭିଯୋଗ ଆଣିବା ସହ ବେଳେ ସାମୀ ତାଙ୍କ ସାନଭାଇଙ୍କ ସହାୟତାରେ ମୋତେ ଜଙ୍ଗଲରେ ପୋଡ଼ି ଦେବାକୁ ଚାହୁଁଥିଲେ ବୋଲି କହିଛନ୍ତି ସେ । ଏହା ସହ ସାମୀ ଦୁବାଇ ଏବଂ ପାକିସ୍ତାନରୁ ଯୁବତୀମାନଙ୍କୁ ଆଣି ତାଙ୍କ ଭାଇ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ହସିନ ଅଭିଯୋଗ ଆଣିଥିଲେ । ଏ ନେଇ ଅଭିଯୋଗ କରିବା ସହ ପ୍ରମାଣ ହିସାବରେ ସେ ସାମୀ ଅନ୍ୟ ମହିଳାଙ୍କ ସହ ମେସେଞ୍ଜରରେ କରିଥିବା ଚାଟ୍‌ ସବୁ ମଧ୍ୟ ସେୟାର କରିଥିଲେ ।

Deccan Chronicle

ଏହି ଅଭିଯୋଗ ଆସିବା ପରେ ସାମୀ ଏହାକୁ ଖଣ୍ଡନ କରିବା ସହ ଭଲ ଭାବରେ ଏ ନେଇ ତଦନ୍ତ କରାଯାଉ ବୋଲି କହିଥିଲେ । ଏହା ଶୁଣିବା ପରେ ହସିନ ଜାହାଁ କୋଲକାତାର ଯାଦବପୁର ପୁଲିସ ଷ୍ଟେସନରେ ସାମୀ ଏବଂ ତାଙ୍କ ୪ଜଣ ପରିବାରର ସଦସ୍ୟଙ୍କ ବିରୋଧରେ ଲିଖିତ ଭାବରେ ଏତଲା ଦେଇଥିଲେ । ଧାରା ୩୦୭(ହତ୍ୟା ଉଦ୍ୟମ), ଧାରା ୩୨୩, ଧାରା ୩୭୬(ଦୁଷ୍କର୍ମ), ଧାରା ୫୦୬,୩୨୮ଏବଂ ଧାରା ୩୪ ଅନୁଯାୟୀ ସାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର