ନୂଆଦିଲ୍ଲୀ: ତୁମ ଚରିତ୍ର ଆମ ସଂସାର ବୁଡ଼ାଇଲା। ଏଭଳି ଲେଖି ପୁଣି ଶାମିଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଲେ ପୂର୍ବ ପତ୍ନୀ। ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହସିନ ଜାହାନଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଗତ ସାତ ବର୍ଷ ଧରି କୋର୍ଟରେ ବିଚାରାଧୀନ ଥିଲା, ଯାହା ଉପରେ କୋର୍ଟ କିଛି ଦିନ ତଳେ ରାୟ ଦେଇଥିଲେ। ପତ୍ନୀ ଏବଂ ଝିଅ ଆୟରାଙ୍କୁ ଘର ଖର୍ଚ୍ଚ ପାଇଁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦେବାକୁ କୋଲକାତା ହାଇକୋର୍ଟ ମହମ୍ମଦ ଶାମିଙ୍କୁ କହିଛନ୍ତି। ଶାମିଙ୍କୁ ଗତ ସାତ ବର୍ଷ ପାଇଁ ମଧ୍ୟ ଟଙ୍କା ଦେବାକୁ ହେବ। କୋର୍ଟର ରାୟ ପରେ ଏବେ ହସିନ ଜାହାଁ ଶାମିଙ୍କୁ ଭଲପାଉଛି ବୋଲି କହିବବା ସହ ତାଙ୍କୁ ସମାଲୋଚନା କରିଛନ୍ତି।
ସେ ନିଜ ଇନଷ୍ଟାରେ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ମୁଁ ତୁମକୁ ବହୁତ ଭଲ ପାଏ ଜାନୁ'। ତୁମେ ମୋ ପରି ପତ୍ନୀ କେଉଁଠୁ ପାଇପାରିବ କି, ଯିଏ ଏତେ ପ୍ରେମର ସହିତ ସମ୍ପର୍କ ବଜାୟ ରଖିପାରିବ? ଚିନ୍ତା କର ନାହିଁ। ଆମେ ମରିବା ପର୍ଯ୍ୟନ୍ତ ସମ୍ପର୍କ ନିଭାଇବା। କିନ୍ତୁ ସମ୍ପର୍କ କିଭଳି ହେବ, ଏହାର ନିଷ୍ପତ୍ତି ତୁମେ ନେବ। ୭ ବର୍ଷ ଧରି ଆମେ ଏକ ଆଇନଗତ ଲଢ଼େଇ ଲଢ଼ିଲେ। ଏଥିରୁ ତୁମେ କ’ଣ ପାଇଲ? ଚରିତ୍ରହୀନ, ଲୋଭୀ ଏବଂ ନିଷ୍ଠୁର ମନୋଭାବ ହେତୁ ତୁମେ ତୁମର ନିଜ ପରିବାରକୁ ନଷ୍ଟ କରିଦେଲ। ମୋତେ ମାରିବା ପାଇଁ, ବଦନାମ କରିବା ପାଇଁ, ହଇରାଣ କରିବା ପାଇଁ, ସବୁଠି ହରାଇବା ପାଇଁ ତୁମେ କେତେ ଅପରାଧୀଙ୍କୁ ସୁପାରୀ ଦେଇଥିଲ? ସେଥିରୁ କିଛି ମିଳିଲା କି? ଯେଉଁ ଟଙ୍କା ତୁମେ ଠକ ଏବଂ ଦେହଜୀବୀମାନଙ୍କ ଉପରେ ଉଡ଼ାଇଛ, ଯଦି ତୁମେ ତାହା ତୁମ ଝିଅର ଶିକ୍ଷା, ଜୀବନ ଏବଂ ଭବିଷ୍ୟତ ପାଇଁ ଖର୍ଚ୍ଚ କରିଥାନ୍ତ ଏବଂ ମୋତେ ଏକ ଭଲ ଜୀବନ ଦେଇଥାନ୍ତ, ତେବେ ସବୁ ବହୁତ ଭଲ ହୋଇଥାନ୍ତା। ତୁମେ ପାପ କରିନଥାନ୍ତ ଏବଂ ଆମେ ଏକ ସମ୍ମାନଜନକ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିପାରିଥାନ୍ତୁ।"