ସାମିଙ୍କ ପରିବାର ଲୋକ ହାସିନଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ମହମ୍ମଦ ସାମି ଓ ତାଙ୍କର ପତ୍ନୀ ହାସିନ ଯାହାଁଙ୍କ ବିବାଦକୁ ନେଇ ସମିଙ୍କ ସମ୍ପର୍କୀୟ ମୁହଁ ଖୋଲିଛନ୍ତି। ସାମିଙ୍କ ସମ୍ପର୍କୀୟ ଖୁର୍ସିଦ ଅହମ୍ମଦ ହାସିନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି, ‘ହାସିନଙ୍କୁ କେବଳ ଟଙ୍କାର ଆବଶ୍ୟକତା ଥିଲା। ପ୍ରତ୍ୟେକମାସରେ ଲକ୍ଷଲକ୍ଷ ଟଙ୍କାର ମାର୍କେଟିଂ କରିଥାଆନ୍ତି। ମୁଁ ତାଙ୍କୁ ବୁଝାଇ କହିଥିଲି କି ତାଙ୍କ ଓକିଲ ସହ କଥାବାର୍ତ୍ତା ହୋଇ ସମସ୍ୟାର ସମାଧାନ କରି ଦେବା। କିନ୍ତୁ ସେ ତୁରନ୍ତ ଏହି କଥାକୁ ମନା କରି ଦେଇଥିଲେ ଓ ସମ୍ପତ୍ତି ଆବଶ୍ୟକ ବୋଲି କହିଥିଲେ। ସେ ସ୍ୱାମୀ ସାମିଙ୍କଠାରୁ ଅଲଗା ହେବାକୁ ଚାହୁଁଥିଲେ। ସେଥିପାଇଁ ସାମି ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି।’

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୬ରେ ମହମ୍ମଦ ସାମି ଓ ହାସିନ ଯାହାଁ ନିଜ ସ୍ୱାମୀ ବିରୋଧରେ ଅନ୍ୟ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ଥିବା କଥା କହିଥିଲେ। ଯାହାଁ ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ କେତେଟି ଫଟୋ ସହିତ ହ୍ଵାଟସ୍‌ଆପ୍‌ ଚାର୍ଟ ମଧ୍ୟ ସେୟାର କରିଥିଲେ। କେବଳ ଏତିକି ନୁହେଁ ସମିଙ୍କ ଘରଲୋକ ଓ ତାଙ୍କ ଭାଇ ତାଙ୍କୁ ମାରପିଟ କରିବା ସହିତ ଦୁଷ୍କର୍ମ କରିଥିବାର ମଧ୍ୟ ଅଭିଯୋଗ କରିିଥିଲେ।

ସମ୍ବନ୍ଧିତ ଖବର