ନୂଆଦିଲ୍ଲୀ: ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ପୁଣି ଏକ ଝଟ୍କା। ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ମହମ୍ମଦ ସାମିଙ୍କୁ କଲିକତା ହାଇକୋର୍ଟରେ ଛାଡପତ୍ର ମାମଲାରେ ଏକ ବଡ଼ ଝଟକା ଲାଗିଛି। କୋର୍ଟ ଷ୍ଟାର କ୍ରିକେଟରଙ୍କୁ ତାଙ୍କ ପୂର୍ବ ପତ୍ନୀ ହସିନ ଜହାଁ ଓ ଝିଅଙ୍କୁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି। ହସିନ ଜହାଁଙ୍କୁ ପ୍ରତି ମାସରେ ୧.୫୦ ଲକ୍ଷ ଟଙ୍କା ଦେବାକୁ ପଡିବ ଓ ଝିଅଙ୍କୁ ପ୍ରତି ମାସରେ ୨.୫୦ ଲକ୍ଷ ଟଙ୍କା ମିଳିବ ବୋଲି ଅଦାଲତ ଶୁଣାଣି କରିଛନ୍ତି। ତେବେ ଏହି ରାଶି ପଛୁଆ ୭ ବର୍ଷରୁ ଲାଗୁ କରାଯାଇଛି।
'ଘରୋଇ ହିଂସାରୁ ମହିଳା ସୁରକ୍ଷା' ଆଇନ ଅନୁଯାୟୀ ଏହି ମାମଲା ଦାୟର କରାଯାଇଥିବା ବେଳେ ଏହାର ଶୁଣାଣି କରି ନିମ୍ନ ଅଦାଲତକୁ ଛଅ ମାସ ମଧ୍ୟରେ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗତବର୍ଷ ମହମ୍ମଦ ସାମି ତାଙ୍କ ଝିଅ ଆୟରାଙ୍କ ସହ ଏକ ଭାବପ୍ରବଣ ସାକ୍ଷାତ କରିଥିଲେ। ଭାରତୀୟ କ୍ରିକେଟ ଦଳର ଏହି ଖେଳାଳି ବହୁତ ଦିନ ପରେ ତାଙ୍କ ଝିଅକୁ ଭେଟିଥିଲେ ଏବଂ ବାପା-ଝିଅ ଯୋଡ଼ିଙ୍କୁ ଏକାଠି ସପିଂ କରୁଥିବାର ଦେଖିବାକୁ ମିଳିଥିଲା।
"ବହୁତ ଦିନ ପରେ ଯେତେବେଳେ ମୁଁ ତାଙ୍କୁ ପୁଣି ଦେଖିଲି ସେତେବେଳେ ସମୟ ଅଟକିଗଲା। ତୁମକୁ ମୋ ଶବ୍ଦ ଅପେକ୍ଷା ମୁଁ ଅଧିକ ଭଲପାଉଛି, ବେବୋ," ବୋଲି ସାମି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ପୋଷ୍ଟଟି ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ୧.୬୦ ଲକ୍ଷରୁ ଅଧିକ ଲାଇକ୍ ପାଇଥିଲା। ତଥାପି, ସାମିଙ୍କ ପରିତ୍ୟକ୍ତା ପତ୍ନୀ ହାସିନ ଜହାଁ ସେତେବେଳେ ସାକ୍ଷାତକୁ ନେଇ କିଛି ଗମ୍ଭୀର ଅଭିଯୋଗ ଆଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/02/new-project-2025-07-02-16-25-45.png)