ଜଣେ ବି ହିନ୍ଦୁ ଦେଶ ଛାଡ଼ିବେନି: ମୋହନ ଭାଗବତ

ନୂଆଦିଲ୍ଲୀ: ଏନ୍‌ଆରସି (ଜାତୀୟ ନାଗରିକ ପଞ୍ଜିକା) ତାଲିକାରେ ନାଁ ନଥିଲେ ବି କୌଣସି ଜଣେ ହେଲେ ହିନ୍ଦୁ ଦେଶ ଛାଡ଼ିବେନି। ଏନ୍‌ଆରସି ତାଲିକାରୁ ବାଦ୍‌ ପଡ଼ିବାର ମାନେ ନୁହେଁ ଯେ , ଦେଶରୁ ସେମାନଙ୍କୁ ତଡ଼ି ଦିଆଯିବ। ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏସଂକ୍ରାନ୍ତରେ ସ୍ପ‌ଷ୍ଟ ଭାବେ ଶୁଣାଇ କହିଛନ୍ତି ଯେ , ଏନ୍‌ଆର୍‌ସି ତାଲିକାରେ ନାଁ ନଥିଲେ ମଧ୍ୟ କୌଣସି ଜଣେ ହେଲେ ହିନ୍ଦୁଙ୍କୁ ଦେଶ ଛାଡ଼ିବାକୁ ଦିଆଯିବନି। ଏପରିକି ଯେଉଁ ହିନ୍ଦୁମାନେ ବାହାରେ ତଥା ଅନ୍ୟ ଦେଶରେ ନିର୍ଯାତନାର ଶିକାର ହୋଇ ଭାରତ ଆସିଛନ୍ତି ସେମାନେ ମଧ୍ୟ ଭାରତରେ ରହିବେ ବୋଲି ଭାଗବତ ଆଶ୍ବାସନା ଦେଇଛନ୍ତି। ଭାଗବତ ଗତକାଲି କୋଲକାତାରେ ଆରଏସଏସ୍‌ ଏବଂ ବିଜେପି ମଧ୍ୟରେ ଏକ ରୁଦ୍ଧଦ୍ବାର ବୈଠକରେ ଏହା କହିଛନ୍ତି। ଆରଏସ୍‌ଏସ୍‌ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ରୁଦ୍ଧଦ୍ବାର ବୈଠକରେ ଉପସ୍ଥିତ ଥିବା ଅନେକ ନେତା ପଶ୍ଚିମବଙ୍ଗରେ ଏନ୍‌ଆର୍‌ସି ପୂର୍ବରୁ ସିଏବି (ନାଗରିକତା ସଂଶୋଧନ ବିଲ୍‌) କାର୍ଯ୍ୟକାରୀ କରିବାପାଇଁ କହିଥିଲେ। ସେମାନେ କହିଥିଲେ ପଶ୍ଚିମବଙ୍ଗରେ ପ୍ରଥମେ ସିଏବି ଏବଂ ପରେ ଏନ୍‌ଆରସି କାର୍ଯ୍ୟକାରୀ ହେବା ଉଚିତ୍‌। ଗତ ମାସ ୩୧ ତାରିଖରେ ଆସାମରେ ଚୂଡ଼ାନ୍ତ ଏନ୍‌ଆରସି ତାଲିକା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର