ତୃତୀୟ ବିଶ୍ବଯୁଦ୍ଧ ରାସ୍ତାରେ ବିଶ୍ବ: ମୋହନ ଭାଗବତ

ଅହମ୍ମଦାବାଦ : ବର୍ତ୍ତମାନ ସମଗ୍ର ବିଶ୍ବ ତୃତୀୟ ବିଶ୍ବଯୁଦ୍ଧ ରାସ୍ତାରେ ଯାଉଛି ବୋଲି ଆଜି ଅହମଦାବାଦରେ ଆର୍‌ଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ମଣିଷ ମନରେ ଶାନ୍ତି ନାହିଁ। ସବୁଠି ଆନ୍ଦୋଳନ, ବିକ୍ଷୋଭ, ହିଂସା ଏବଂ ଅଶାନ୍ତି। ଆଜି ସମଗ୍ର ବିଶ୍ବ ସଙ୍କୁଚିତ ହୋଇଛି। ମାତ୍ର ଲୋକଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ଦେଖାଦେଇଛି। ପୃଥିବୀ ଦୁଇଟି ବିଶ୍ବଯୁଦ୍ଧ ଦେଖିଥିଲା ବେଳେ ଏବେ ଅବିଶ୍ବାସ, ହିଂସା ଓ ଅଶାନ୍ତି ମାଧ୍ୟମରେ ତୃତୀୟ ବିଶ୍ବଯୁଦ୍ଧ ସଂଗଠିତ ହେବାକୁ ଯାଉଛି ବୋଲି ମୋହନ ଭାଗବତ କହିଛନ୍ତି। ୧୦୦ ବର୍ଷ ତଳେ ଏ ଜାତି ଯାହା ଥିଲା, ଆଜି ଜାତିର ଚରମ ଉନ୍ନତି ହୋଇଛି। ମାତ୍ର, ମଣିଷ ମନରେ ଶାନ୍ତି ନାହିଁ। ସବୁଠି ବିଶ୍ବାସର ସଂକଟ। ମଣିଷ ସମାଜରେ ‘ଜଙ୍ଗଲ ରାଜ’ ଦେଖା ଦେଇଛି ବୋଲି ମୋହନ ଭାଗବତ କହିଛନ୍ତି। ଆଜି ଭାରତୀୟ ଯୁବ ବର୍ଗ ଜ୍ଞାନ ଆହରଣ କରିବାକୁ ଇଛା କରୁନି। ହିଂସା ଯୁବ ସମାଜକୁ କବଳିତ କରୁଛି ବୋଲି ମୋହନ ଭାଗବତ ଅହମଦାବାଦଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର