‌ମୋହନ ଭାଗବତଙ୍କ କାରକେଡ୍‌ ଧକ୍କାରେ ଶିଶୁର ମୃ୍ତ୍ୟୁ

ଜୟପୁର: ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ କାରକେଡ୍‌ରେ ସାମିଲ ଥିବା ଏକ କାର୍‌ ଦୁର୍ଘଟଣାରେ ଜଣେ ୬ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଯାଇଛି। ରାଜସ୍ଥାନର ଅଲୱର ଜିଲ୍ଲାରେ ଗତକାଲି ଏହି ଦୁର୍ଘଟଣା ଘଟିଛି। ମୋହନ ଭାଗବତ ତିଜାରାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କ କାରକେଡ୍‌ରେ ଥିବା ୮ଟି କାର୍‌ ମଧ୍ୟରୁ ଗୋଟିଏ କାର୍‌ ଏକ ମୋଟର ସାଇକେଲ୍‌କୁ ଧକ୍କା ଦେଇଥିଲା। ଜେଜେବାପାଙ୍କ ସହ ଯାଉଥିବା ୬ ବର୍ଷୀୟ ଶିଶୁ ସଚିନ୍‌ର ମୃତ୍ୟୁ ହୋଇଥିବା ବେଳେ ଜେଜେବାପା ଆହତ ହୋଇଛନ୍ତି ବୋଲି ମଣ୍ଡୱର ଥାନା ଏସ୍‌ଆଇ ରାମସ୍ବରୂପ ବୈରୱା କହିଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍‌କୁ ଏଯାବତ୍‌ ଜବତ କରାଯାଇ ନାହିଁ। ଅନ୍ୟପକ୍ଷେ କାର୍ ଡ୍ରାଇଭରଙ୍କ ବିରୋଧରେ ଏକ ଏଫ୍‌ଆଇଆର ରୁଜୁ ହୋଇଛି।

ସମ୍ବନ୍ଧିତ ଖବର