କୋଲକାତା: ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ ଥିବା ବେଳେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଭେଟିବାକୁ ପହଞ୍ଚିଛନ୍ତି। ବଙ୍ଗୀୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଜଣେ ଲୋକପ୍ରିୟ ତାରକା ହୋଇଥିବା ବେଳେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି।
ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ ମୋହନ ଭାଗବତଙ୍କୁ ନାଗପୁରରେ ଭେଟିଥିଲେ ଓ ସେଠାରେ ସେ ତାଙ୍କୁ ମୁମ୍ବାଇର ଆକାଶ ବିଚ୍ ନିକଟରେ ଥିବା ତାଙ୍କ ବାସଭବନକୁ ଆସିବାକୁ ନିମନ୍ତ୍ରଣ ଦେଇଥିଲେ।
ପୂର୍ବରୁ ମିଥୁନ୍ ରାଜ୍ୟସଭାର ଜଣେ ସଦସ୍ୟ ଥିଲେ। ୨୦୧୬ ମସିହାରେ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ଇସ୍ତଫା ଦେବା ପୂର୍ବରୁ ମିଥୁନ୍ ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗର ଶାସକ ଦଳ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍ସି) ସହ ଥିଲେ।
ତେବେ ଆର୍ଏସ୍ଏସ୍ ମୋହନ ଭାଗବତଙ୍କ ସହ ହୋଇଥିବା ସାକ୍ଷାତ୍କୁ ନେଇ ମୁଥୁନ କହନ୍ତି କି ଏହା କୌଣସି ପ୍ରକାରର ରାଜନୈତିକ ସାକ୍ଷାତ୍ ନଥିଲା ବରଂ ଏହା ଏକ ଆଧ୍ୟାତ୍ମିକ ସାକ୍ଷାତ୍ ଥିଲା। ସେ ଆହୁରି ବି କହିଛନ୍ତି କି, ‘ଆମେ ପୂର୍ବରୁ ମଧ୍ୟ ପରସ୍ପରଙ୍କୁ ଭେଟି ସାରିଛୁ। ମୋହନ ଭାଗବତ ମୋ ଘରକୁ ଆସିଲେ କାରଣ ସେ ମୋ ପରିବାର ଲୋକଙ୍କୁ ଖୁବ୍ ଭଲପାଆନ୍ତି। ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖା ନଯାଉ। ରାଜନୀତି ସହ ଏହାର ଦୂର ଦୂର ପର୍ଯ୍ୟନ୍ତ କୌଣସି ସଂପର୍କ ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Untitled-31.jpg)