ନଜୀବ୍‌ ହଟିଲେ, ମୋହାତିର ମାଲେସିଆ ପ୍ରଧାନମନ୍ତ୍ରୀ

କ୍ୱାଲାଲମପୁର: ମାଲେସିଆରେ ଜିଏସ୍‌ଟି ବ୍ୟବସ୍ଥା ଲାଗୁ ହେବାର ୩ ବର୍ଷ ନପୂରୁଣୁ ପ୍ରଧାନମନ୍ତ୍ରୀ ନଜୀବ୍‌ ରଜାକ୍‌ଙ୍କ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଛି। ଆଜି ମାଲେସିଆରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି ଏବଂ ପ୍ରଧାନମନ୍ତ୍ରୀ ରଜାକ୍‌ ପରାସ୍ତ ହେବା ସହ ୬ ଦଶକ ଧରି ଗାଦିରେ ଥିବା ବାରିସାନ୍‌ ନ୍ୟାସନାଲ ଫ୍ରଣ୍ଟ ସରକାରର ପତନ ଘଟିଛି । ଜିଏସଟିକୁ ତୀବ୍ର ବିରୋଧ କରି ଆସୁଥିବା ମୋହାତିର ମହମ୍ମଦ (୯୨) ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ସେ ବିଶ୍ୱର ସବୁଠୁ ବୟସ୍କ ପ୍ରଧାନମନ୍ତ୍ରୀ ତାଲିକାରେ ନିଜକୁ ସାମିଲ କରିପାରିଛନ୍ତି। ନିର୍ବାଚନରେ ବିଜୟଲାଭ ପରେ ମୋହାତିର ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରି ଜିଏସ୍‌ଟି ବ୍ୟବସ୍ଥା ଉଚ୍ଛେଦ କରିବେ ବୋଲି ଘୋଷଣା ମଧ୍ୟ କରିସାରିଛନ୍ତି। ଉଲ୍ଳେଖଯୋଗ୍ୟ, ମାଲେସିଆରେ ଏହି ଟିକସ ବ୍ୟବସ୍ଥା ଲାଗୁ ହେବା ପରେ ସାଧାରଣରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ସମ୍ବନ୍ଧିତ ଖବର