୬୭ ବର୍ଷ ବୟସରେ କଶ୍ମୀରରୁ କନ୍ୟାକୁମାରୀ ସାଇକେଲରେ ଯାତ୍ରା, ୧୨ ଦିନରେ ସମ୍ପୂର୍ଣ୍ଣ କରି କଲେ ରେକର୍ଡ

ନୂଆଦିଲ୍ଲୀ: ବୟସ ତାଙ୍କ ପାଇଁ କେବଳ ଏକ ସଂଖ୍ୟା | ଯେଉଁ ବୟସରେ ଘରେ ବିଶ୍ରାମ କରିବା କଥା ସେହି ବୟସରେ ସେ କଶ୍ମୀରରୁ କନ୍ୟାକୁମାରୀ ଯାତ୍ରା ସାଇକେଲ ମାଧ୍ୟମରେ ସମ୍ପୂର୍ଣ୍ଣ କରିଛନ୍ତି | ଆଜି ଆମେ ମୋହିନ୍ଦର ସିଂ ଭରାଜଙ୍କ ବାବଦରେ କହିବୁ, ଯିଏ ଏହି ଯାତ୍ରା କରି ନୂଆ ରେକର୍ଡ କରିଛନ୍ତି | ୬୭ ବର୍ଷ ବୟସରେ କଶ୍ମୀରରୁ କନ୍ୟାକୁମାରୀକୁ ସାଇକେଲ ଯୋଗେ ସେ ଯାତ୍ରା କରି ମାତ୍ର ୧୨ ଦିନ ମଧ୍ୟରେ ଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି |

ମୋହିନ୍ଦର ସିଂ ନିଜକୁ ବୃଦ୍ଧ ବୋଲି କହିବା ପରିବର୍ତ୍ତେ ନିଜକୁ ୬୭ ବର୍ଷର ଯୁବକ ବୋଲି କହିବାକୁ ପସନ୍ଦ କରନ୍ତି | ସେ ଶ୍ରୀନଗରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୩୬୦୦ କିଲୋମିଟର ଦୂରତାକୁ ମାତ୍ର ୧୨ ଦିନରେ ସମ୍ପୂର୍ଣ୍ଣ କରିଛନ୍ତି | ମୋହିନ୍ଦର କହିଛନ୍ତି ଯେ ମୁଁ ୬୭ ବର୍ଷର ବୃଦ୍ଧ ଅପେକ୍ଷା ନିଜକୁ ୬୭ ବର୍ଷର ଯୁବକ ଭାବରେ ଶୁଣିବାକୁ ପସନ୍ଦ କରେ | ସେଥିପାଇଁ ମୋର ସାଙ୍ଗମାନେ ମୁଖ୍ୟତଃ ୧୮ ରୁ ୪୫ ବର୍ଷ ମଧ୍ୟରେ ଯୁବକ ହିଁ ଅଛନ୍ତି |

ମୋହିନ୍ଦର ଏବଂ ତାଙ୍କ ଦଳ କଶ୍ମୀରରୁ ଗତ ୨୫ ତାରିଖ ଦିନ କନ୍ୟାକୁମାରୀ ଅଭିମୁଖେ ଯାତ୍ରା ଆରମ୍ଭ କରି ରବିବାର ରାତି ୨ଟାରେ କନ୍ୟାକୁମାରୀରେ ପହଞ୍ଚିଥିଲେ | ବର୍ତ୍ତମାନ ସେମାନେ କନ୍ୟାକୁମାରୀରୁ ମହାରାଷ୍ଟ୍ର ଯାଉଛନ୍ତି | ମୋହିନ୍ଦର କହିଛନ୍ତି ଯେ ତାଙ୍କ ଯାତ୍ରା ବହୁତ ରୋମାଞ୍ଚକର ଥିଲା। ସେ କହିଛନ୍ତି ଯେ ଭବିଷ୍ୟତରେ ମଧ୍ୟ ସେ ସାଇକେଲିଂ ଜାରି ରଖିବେ। ଅନେକ କିଛି ହାସଲ କରିବାକୁ ଏବେ ବି ବାକି ଅଛି।

ସମ୍ବନ୍ଧିତ ଖବର