ପିଛା କରି ଅଶ୍ଲୀଳ କମେଣ୍ଟ କରୁଥିଲା ରିକ୍ସାବାଲା, ଚପଲ କାଢ଼ି ନିସ୍ତୁକ ପିଟିଲେ ମହିଳା; ଭିଡିଓ ଭାଇରାଲ୍‌

ମୁରାଦାବାଦ୍‌(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ମୁରାଦାବଦ୍‌ରେ ଜଣେ ମହିଳାଙ୍କ ସାହାସିକତା ଦେଖିବାକୁ ମିଳିଛି । ପିଛା କରି ଅଶ୍ଳୀଲ କମେଣ୍ଟ କରୁଥିବା ଇ-ରିକ୍ସା ଚାଳକଙ୍କୁ ସର୍ବସମ୍ମୁଖରେ ନିସ୍ତୁକ ପିଟିଛନ୍ତି ମହିଳା । ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମହିଳାଙ୍କ ସାହାସକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ଘଟଣା ଘଟିବା ସମୟରେ ପାଖରେ ଅନେକ ଲୋକ ଥାଇ ମଧ୍ୟ କେହି ମହିଳାଙ୍କୁ ସାହାଯ୍ୟ କରି ନଥିଲେ ।

Total Tv

ସୂଚନା ମୁତାବକ, ମହିଳା ଜଣଙ୍କ କୌଣସି କାମରେ ବାହାରକୁ ଯାଇଥିବା ବେଳେ ରାସ୍ତା ଜନଶୂନ୍ୟ ଥିବା ଦେଖି ରିକ୍ସା ଚାଳକ ଜଣଙ୍କ ତାଙ୍କ ପଛେ ପଛେ ରିକ୍ସା ଚଳାଇବା ଆରମ୍ଭ କରିଥିଲେ । ମହିଳା ଜଣଙ୍କ ଚାଳକଙ୍କ ଏହି କାମକୁ ଅଣଦେଖା କରିବାରୁ ଚାଳକ ଜଣକ କମେଣ୍ଟ ମାରିବା ଆରମ୍ଭ କରିଥିଲେ । କିଛି ସମୟ ପରେ ମହିଳାଙ୍କ ପାଖକୁ ଗାଡ଼ି ଆଣି ମୋବାଇଲ ନମ୍ବର ମାଗିିଥିଲା ରିକ୍ସା ଚାଳକ । ଏହା ଶୁଣିବା ପରେ ମହିଳା ଜଣଙ୍କ ରାଗି ଯାଇ ଉକ୍ତ ଚାଳକଙ୍କୁ ଚପଲରେ ପିଟିବା ଆରମ୍ଭ କରିଥିଲେ । ମହିଳାଙ୍କ ଏଭଳି ରୂପ ଦେଖି ଚାଳକ ଡ଼ରି ଯାଇ ସେଠାରୁ ଖସି ପଳାଇଥିଲା । ଏହି ଘଟଣା ଘଟିବା ବେଳେ କିଛି ଲୋକ ମୁକ ଦର୍ଶକ ସାଜୁଥିବା ବେଳେ କିଛି ଲୋକ ଘଟଣାର ଭିଡ଼ିଓ ରେକର୍ଡ଼ କରିଥିଲେ । କିନ୍ତୁ କେହି ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ନ ଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହୋଇ ନ ଥିବା ବେଳେ ଭିଡ଼ିଓ ଭାଇରାଲ ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର