ଗୋଆ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର; ଦିଲ୍ଲୀ ଏମ୍ସରୁ ଏୟାର୍‌ ଆମ୍ବୁଲାନ୍ସ ଯୋଗେ ଗୋଆକୁ ସ୍ଥାନାନ୍ତର

ପାଣାଜୀ: ଦୀର୍ଘ ଦିନ ହେଲାଣି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ ଅଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଚିକିତ୍ସା କରାଯାଉଛି। ମିଳିଥିବା ସୂଚନା ଅନୁସାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସମୟରେ ଗମ୍ଭୀର ରହିଛି। ଅନେକ ଦିନ ହେଲାଣି ସେ ସ୍ୱତନ୍ତ୍ର ଡାକ୍ତରୀଦଳର ଚିକିତ୍ସାରେ ରହିଛନ୍ତି। ତେବେ ଆଜି ସକାଳୁ ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହୋଇପଡ଼ିଛି। ତେଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହାପରେ ପାରିକରଙ୍କୁ ଗୋଆ ସ୍ଥାନାନ୍ତର କରାଯାଇଛି ଏୟାର ଆମ୍ବୁଲାନ୍‌ସରେ।

ପ୍ରଥମେ ଆମେରିକାରେ ତାଙ୍କର ଚିକିତ୍ସା କରାଯାଇଥିବା ବେଳେ ପରେ ସେପ୍ଟେମ୍ବର ୧୫ରେ ତାଙ୍କୁ ଦିଲ୍ଲୀର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ ମନୋହର ମେଡିକାଲରେ ଥିବା ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାମ ତୁଲାଇ ଆସିଥିଲେ। ଆଜି ସକାଳୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତୀ ହେଉଥିବା ସୂଚନା ମିଳିଛି ଯୁବ କଂଗ୍ରେସର ବରିଷ୍ଠ ନେତା ମନୋହରଙ୍କୁ ଭେଟିବା ସହ ତାଙ୍କର ଆଶୁଆରୋଗ୍ୟ କାମନା କରିଥିବା ଜଣାପଡିଛି। ସେପଟେ ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ ରହିଥିବା ମଧ୍ୟ ଜଣାପଡିଛି। ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଖବର ମିଳିବା ପରେ ଅନେକ ନେତା ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଯଦି ପାରିକରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ରହିଛି ତେବେ ତାଙ୍କୁ ଦିଲ୍ଲୀରେ ନରଖାଯାଇ ଗୋଆ କାହିଁକି ନିଆଯାଇଛି। ତେବେ କେଉଁ କାରଣରୁ ମେଡିକାଲ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି ତାହାର ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର