ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଅଗ୍ନିକାଣ୍ଡରେ ବିଡ଼ା ବିଡ଼ା ନୋଟ୍ ପୋଡ଼ିଯାଇଥିଲା। ଏହି ଘଟଣାର ଭିଡ଼ିଓ ଭାଇରାଲ୍ ହେବା ପରେ ସୁପ୍ରିମକୋର୍ଟ ନିଜଆଡ଼ୁ ଘଟଣାର ବିଚାର ପାଇଁ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ସଞ୍ଜୀବ ଖାନ୍ନାଙ୍କ ନିର୍ଦ୍ଦେଶରେ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି କମିଟି ନିଜର ରିପୋର୍ଟ ପ୍ରଧାନବିଚାରପତିଙ୍କୁ ପ୍ରଦାନ କରିଛି। ସୁପ୍ରିମକୋର୍ଟ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପକ୍ଷରୁ ପ୍ରଦତ୍ତ ସୂଚନାନୁସାରେ, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଲ ନାଗୁ, ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟବିଚାରପତି ଜିଏସ୍ ସନ୍ଧାୱାଲିଆ ଓ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅନୁ ଶିବରମଣଙ୍କୁ ନେଇ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଥିଲା। କମିଟି ପକ୍ଷରୁ ମାର୍ଚ୍ଚ ୨୫ରେ ତଦନ୍ତ ଆରମ୍ଭ ହୋଇ ମଇ ୩ରେ ଶେଷ ହୋଇଥିଲା। ମଇ ୪ରେ ଏହାକୁ ପ୍ରଧାନବିଚାରପତି ସଞ୍ଜୀବ ଖାନ୍ନାଙ୍କ ନିକଟରେ ଉପସ୍ଥାପିତ କରାଯାଇଛି।
ବିଚାରପତିଙ୍କ ବାସଭବନରେ ଟଙ୍କା ପୋଡ଼ି ଘଟଣା: ଯାଞ୍ଚ ରିପୋର୍ଟ ଦେଲେ ଆଭ୍ୟନ୍ତରୀଣ କମିଟି
ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଅଗ୍ନିକାଣ୍ଡରେ ବିଡ଼ା ବିଡ଼ା ନୋଟ୍ ପୋଡ଼ିଯାଇଥିଲା। ଏହି ଘଟଣାର ଭିଡ଼ିଓ ଭାଇରାଲ୍ ହେବା ପରେ ସୁପ୍ରିମକୋର୍ଟ ନିଜଆଡ଼ୁ ଘଟଣାର ବିଚାର ପାଇଁ ଗ୍ରହଣ କରିଥିଲେ।
/sambad/media/media_files/2025/05/06/jZVxwDj7uS8LvL9Eicmb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)