ମନି ଲଣ୍ଡ୍ରିଂ ମାମଲା: ଚିଦମ୍ବରମଙ୍କ ଆତ୍ମସମର୍ପଣ ଆବେଦନ ଖାରଜ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ତିହାର ଜେଲ୍‌ରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କୁ ଆଜି ପୁଣି ଶକ୍ତ ଝଟ୍‌କା ଲାଗିଛି। ଚିଦମ୍ବରମ ଆଇଏନଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ଆତ୍ମସମର୍ପଣ ପାଇଁ ଚାହିଥିଲେ ଏବଂ ଏନେଇ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଚିଦମ୍ବରମଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଚିଦମ୍ବରମ୍‌ ଜେଲ୍‌ରେ ନ ରହିବାପାଇଁ ଇଡିରେ ଆତ୍ମସମର୍ପଣ କରିବାକୁ ଚାହିଥି‌‌ଲେ। କିନ୍ତୁ କୋର୍ଟ ତାଙ୍କର ଏହି ଆବେଦନ ପ୍ରତ୍ୟାଖ୍ୟାନ କରିଦେବା ପରେ ତାଙ୍କର ଏହି ଆଶା ମଉଳି ଯାଇଛି। ‌ତାଙ୍କୁ ଜେଲ୍‌ରେ ହିଁ ରହିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଇଡି ଗତ ଗୁରୁବାର ଦିନ କୋର୍ଟଙ୍କୁ ଅବଗତ କରି କହିଥିଲେ ଯେ ଚିଦମ୍ବରମ ସିବିଆଇ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବାରୁ ଏବେ କୌଣସି ପ୍ରମାଣରେ ହେର‌ଫେର ହେବା ଭଳି ସ୍ଥିତି ନାହିଁ। ସଠିକ୍‌ ସମୟରେ ତାଙ୍କୁ ଜେରା କର‌ାଯିବ ବୋଲି ଇଡି କହିଥିଲା।

ସମ୍ବନ୍ଧିତ ଖବର