ନୂଆଦିଲ୍ଲୀ: ପୂର୍ବତନ ପଂଜାବ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁଖପାଲ ସିଂହ ଖଇରାଙ୍କୁ ଆଜି ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ପିଏମ୍ଏଲଏ ଅଧୀନରେ ଖଇରାଙ୍କୁ ଇଡି ହାଜତକୁ ନେଇ ଜେରା କରୁଛି। ଚଳିତ ବର୍ଷ ମାର୍ଚ୍ଚରେ ଇଡି ତାଙ୍କ ବାସଭବନରେ ଚଢ଼ଉ କରିଥିଲା। ଇଡି ଅଭିଯୋଗ ଅନୁଯାୟୀ ପୂର୍ବତନ ବିଧାୟକ ଖଇରା ଡ୍ରଗ୍ସ ମାମଲାରେ ଦୋଷୀମାନଙ୍କ ସହ ସମ୍ପୃକ୍ତ ଏବଂ ନକଲି ପାସପୋର୍ଟ ରୢାକେଟରେ ମଧ୍ୟ ତାଙ୍କର ସଂପୃକ୍ତି ରହିଛି। କିନ୍ତୁ ଖଇରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ସେ ବିରୋଧ କରୁଥିବାରୁ ତାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଖଇରା ନିକଟରେ ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଥିଲେ। ୨୦୧୭ରେ ସେ ପଂଜାବର କପୁରତାଲା ଜିଲ୍ଲାର ଭୋଲାଥ ବିଧାନସଭା ନିର୍ବାଚନମଣ୍ଡଳିରୁ ଆପ୍ ଟିକେଟରେ ନିର୍ବାଚନ ଜିତିଥିଲେ। କିନ୍ତୁ ୨୦୧୯ରେ ସେ ଆପ୍ ଛାଡ଼ି ନିଜ ଦଳ ଗଢ଼ିଥିଲେ ଏବଂ ପରେ ସେ ପୁଣି କଂଗ୍ରେସରେ ଯୋଗ ଦେଇଥିଲେ।
ମନି ଲଣ୍ଡରିଂ ମାମଲା: ମନି ଲଣ୍ଡରିଂ ମାମଲା ପଂଜାବର ବରିଷ୍ଠ କଂଗ୍ରେସ ନେତା ସୁଖପାଲ ସିଂହ ଗିରଫ
/sambad/media/post_attachments/wp-content/uploads/2021/11/65f4654sfh65s465sfh.jpg)