ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମନି ଲଣ୍ଡରିଂ ମାମଲାରେ ୧୪ ଦିନ ବିଚାରବିଭାଗୀୟ ହାଜତ ପଠାଯାଇଛି। ଶନିବାର ଦେଶମୁଖଙ୍କୁ ଏକ ଅବସରକାଳୀନ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ନଭେମ୍ବର ୧୯ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍ସିବି ନେତା ଅନିଲ ଦେଶମୁଖଙ୍କୁ ଗତ ସୋମବାର ଗିରଫ କରାଯାଇଥିଲା। ୧୨ ଘଣ୍ଟାର ଜେରା ପରେ ସେ ଗିରଫ ହୋଇଥିଲେ। ଦେଶମୁଖଙ୍କ ବିରୋଧରେ ଥିବା ୧୦୦ କୋଟି ଟଙ୍କାର ଦାଦାବଟି ଆଦାୟ ମାମଲାରେ ତାଙ୍କୁ ଜେରା କରାଯାଉଛି। ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ଦେଶମୁଖଙ୍କ ବିରୋଧରେ ଏହି ଅଭିଯୋଗ ଆଣିବାପରେ ସିବିଆଇ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପରମବୀର ସିଂହଙ୍କ ଅଭିଯୋଗ ଅନୁଯାୟୀ ଦେଶମୁଖ ନିଲମ୍ବିତ ପୁଲିସ ଅଫିସର୍ ସଚିନ ଭାଜେଙ୍କୁ ମୁମ୍ବାଇର ହୋଟେଲ୍ ଏବଂ ବାର୍ମାନଙ୍କରୁ ୧୦୦ କୋଟି ଟଙ୍କା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦେଶମୁଖ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp