ନୂଆଦିଲ୍ଲୀ: ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ସିବିଆଇ ଦାଖଲ କରିଥିବା ଏଫ୍ଆଇଆର୍ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲା ରୁଜୁ କରିଛି। ମହୁଆଙ୍କ ସମେତ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ଏହି ନୋଟିସ୍ ଜାରି କରାଯାଇଛି। କିଛି ଦିନ ପୂର୍ବେ ଜେରାରେ ଯୋଗଦେବା ପାଇଁ ନିର୍ଦ୍ଦେଶାଳୟର ତୃତୀୟ ସମନକୁ ମହୁଆ ଏଡ଼ାଇ ଯାଇଥିଲେ। ସୂଚନାଯୋଗ୍ୟ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ଆଧାରରେ ଲୋକପାଳ ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ମଧ୍ୟ ମହୁଆଙ୍କ ବାସଭବନରେ ଚଢ଼ଉ କରିଥିଲା। ଏହି ପ୍ରସଙ୍ଗରେ ଗତବର୍ଷ ସଂସଦର ସଦାଚାର କମିଟିର ସୁପାରିସରେ ମହୁଆଙ୍କ ସାଂସଦ ପଦବିକୁ ରଦ୍ଦ କରାଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp