ମୁମ୍ବାଇ: ମୁଦା (ମହୀଶୁର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ) ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଅନ୍ୟମାନଙ୍କ ବିରୋଧରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଗତ ସପ୍ତାହରେ ସିଦ୍ଦରମୈୟାଙ୍କ ବିରୋଧରେ ରାଜ୍ୟ ଲୋକାୟୁକ୍ତ ପୁଲିସରେ ଏତଲା ରୁଜୁ କରିଥିବାବେଳେ ଇଡି ସିଦ୍ଦରମୈୟା ଏବଂ ଅନ୍ୟମାନଙ୍କ ବିରୋଧରେ ଏହି ମାମଲାରେ ଇସିଆଇଆର (ଏନଫୋର୍ସମେଣ୍ଟ୍ କେସ୍ ଇନଫର୍ମେସନ୍ ରିପୋର୍ଟ) ରୁଜୁ କରିଛି।
ତଦନ୍ତକାରୀ ସଂସ୍ଥା ସିଦ୍ଦରମୈୟାଙ୍କ ବିରୋଧରେ ଇସିଆଇଆର୍ ଅଧୀନରେ ମାମଲା ରୁଜୁ କରିଛି। ଏହା ପୁଲିସ ଏତଲା ସହ ସମାନ। ଆଇନଗତ ପ୍ରକ୍ରିୟା ଅନୁଯାୟୀ ଇଡି ସିଦ୍ଦରମୈୟାଙ୍କୁ ଜେରା ପାଇଁ ସମନ୍ କରିପାରିବ ଏବଂ ଏହି ମାମଲାରେ ତଦନ୍ତ ପାଇଁ ତାଙ୍କ ସମ୍ପତ୍ତି ଜବତ କରିପାରିବ। ଉଲ୍ଲେଖଯୋଗ୍ୟ ଯେ ୭୬ ବର୍ଷୀୟ ସିଦ୍ଦରମୈୟା ନିକଟରେ କହିଥିଲେ ଯେ ‘ମୁଦା’ ମାମଲାରେ ତାଙ୍କୁ ଟାର୍ଗେଟ୍ କରାଯାଉଛି କାରଣ ବିରୋଧୀମାନେ ତାଙ୍କୁ ଭୟ କରୁଛନ୍ତି। ସିଦ୍ଦରମୈୟା କହିଛନ୍ତି, ଏହା ତାଙ୍କ ବିରୋଧରେ ପ୍ରଥମ ରାଜନୈତିକ ମାମଲା ଏବଂ କୋର୍ଟ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ମଧ୍ୟ ସେ ଇସ୍ତଫା ଦେବେନାହିଁ। ଆଇନଗତ ଭାବେ ସେ ଏହି ମାମଲା ଲଢ଼ିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/siddaramaiah-7592.jpg)