ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସମୟସମୟରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥାଏ। ଖବର ମିଳିଛି କି ‘ଭାରତ ଯୋଡା ନ୍ୟାୟ ଯାତ୍ରା’ରେ ସାମିଲ ହୋଇଥିବା ଯାନବାହନ ପାଇଁ ନିଶ୍ଚିତ ହୋଇ ଭଡ଼ା ଅର୍ଥ ପୈଠ କରାଯାଇନାହିଁ।

Advertisment

ଦିଲ୍ଲୀରେ ପରିବହନ ବ୍ୟବସାୟ କରୁଥିବା ବୁଲନ୍ଦଶହରର ଅନୁପସହର କୋତବାଲି ଅଞ୍ଚଳର ରୋରା ଗ୍ରାମରେ ବସବାସ କରୁଥିବା ମୋତି, ସତ୍ୟେନ୍ଦ୍ର, ଧର୍ମେନ୍ଦ୍ର, ରାମକୃଷ୍ଣ ‘ଭାରତ ଯୋଡା ନ୍ୟାୟ ଯାତ୍ରା’ରେ ନିଜର ଗାଡ଼ି ନେଇ ସାମିଲ ହୋଇଥିଲେ।

ମୋତି, ସତ୍ୟେନ୍ଦ୍ର, ଧର୍ମେନ୍ଦ୍ର, ରାମକୃଷ୍ଣ ଅଭିଯୋଗ କରି କହିଛନ୍ତି କି ‘ଭାରତ ଯୋଡ ନ୍ୟାୟ ଯାତ୍ରା’ରେ ଆମ ଗାଡ଼ି ସମେତ ବ୍ୟବହାର କରାଯାଇଥିବା ୨୫ରୁ ଅଧିକ ଗାଡି ପାଇଁ ଯେତିକି ଭଡ଼ା ନିଶ୍ଚିତ ହୋଇଥିଲା ତାହା ଏଯାବତ ପୈଠ କରାଯାଇନାହିଁ। ଏହି ବକେୟା ରାଶି ଲକ୍ଷାଧିକ ଟଙ୍କାର ରହିଛି। ଆମେ ଏନେଇ ଅନେକ ଥର ଅଭିଯୋଗ କରିବା ସତ୍ତ୍ବେ କେହି ଆମ କଥା ଶୁଣୁ ନାହାନ୍ତି କି କେହି ଏହାର କୌଣସି ସମାଧାନ କରୁନାହାନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ବି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଯାତ୍ରାରେ ସାମିଲ ହୋଇଥିବା ଗାଡ଼ିଗୁଡ଼ିକର ଭଡ଼ାରାଶି ବି ଆଜି ପର୍ଯ୍ୟନ୍ତ ପୈଠ ହୋଇ ନଥିବା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।