ମଞ୍ଚ ଛାଡ଼ି ପଳାଇଲେ ମୋନିକା

ଓ୍ଵାସିଂଟନ: ଆମେରିକାର ପୂର୍ବ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ଙ୍କ ସହିତ ସଂପର୍କକୁ ନେଇ ବିବାଦରେ ଥିବା ମୋନିକା ଲିୟୁନିସ୍କି ଇସ୍ରାଏଲରେ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଅଧାରୁ ଉଠି ପଳାଇବା ଚର୍ଚ୍ଚାର ବିଷୟ ହୋଇଛି। ମୋନିକାଙ୍କୁ କ୍ଲିଣ୍ଟନଙ୍କ ସହିତ ତାଙ୍କର ସଂପର୍କ ନେଇ ଏକ ପ୍ରଶ୍ନ କରାଯିବାରୁ ଏଥିରେ କ୍ଷୁବ୍ଧ ହୋଇ ସେ ମଂଚ ଛାଡ଼ି ପଳାଇଥିଲେ। ସୂଚନାଯୋଗ୍ୟ ହ୍ଵାଇଟ୍‌ ହାଉସ୍‌ର ପୂର୍ବ କର୍ମଚାରୀ ମୋନିକାଙ୍କ ସହ ଅନୈତିକ ସଂପର୍କ ଅଭିଯୋଗରେ କ୍ଲିଣ୍ଟନ୍‌ଙ୍କୁ ଘୋର ହଟହଟା ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର