ମାଙ୍କଡର ମୃତ୍ୟୁ ପରେ ହିନ୍ଦୁ-ମୁସଲମାନ ମିଶ ଅନ୍ତିମ ସଂସ୍କାର କଲେ: ଏଭଳି ଅସମ୍ଭବ ସମ୍ଭବ ହେବା ପଛରେ ରହିଥିଲା ଏହି କାରଣ

ଅହମଦାବାଦ୍‌ : ଗୁଜୁରାଟର ରାଜଧାନୀ ଅହମ୍ମଦାବାଦ୍‌ରେ ଏକ ମାଙ୍କଡ଼ର ମୃତ୍ୟୁ ପରେ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ଅଜବ ଉଦାହରଣ ଦେଖିବାକୁ ମିଳିଛି । ଅହମ୍ମଦାବାଦ୍‌୍‌ରେ ଅତି ସମ୍ବଦନଶୀଳ ଅଞ୍ଚଳରେ ଭାବେ ଗଣାଯାଉଥିବା ଶାହାପୁରରେ ଏକ ଦରଘା ରହିଛି । ଏହି ଦରଘାରେ ଅନେକ ଦିନରୁ ଏକ ମାଙ୍କଡ଼ ରହି ଆସୁଥିଲା । ଦରଘାକୁ ଆସୁଥିବା ଲୋକମାନଙ୍କର ଏହି ମାଙ୍କଡ଼ ସହ ଅତି ନିବିଡ଼ ସଂପର୍କ ରହିଥିଲା । କିନ୍ତୁ ଶନିବାର ଦରଘାରେ ଥିବା ଏକ ଗଛ ମାଙ୍କଡ଼ ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ ମାଙ୍କଡ଼ର ମୃତ୍ୟୁ ଘଟିଥିଲା ।

ଏହି ଖବର ଚାରିଆଡ଼େ ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ସବୁ ହିନ୍ଦୁ-ମୁସ୍‌ଲିମ୍‌ ମିଶି ମାଙ୍କଡ଼ର ଅନ୍ତିମ ସଂସ୍କାର କରିବା ପାଇଁ ପହଞ୍ଚିଥିଲେ । ପୂରା ରୀତିନୀତିରେ ମାଙ୍କଡ଼ର ଅନ୍ତିମ ସଂସ୍କାର ଆରମ୍ଭ କରାଯାଇଥିଲା । ମାଙ୍କଡ଼ର ଅନ୍ତିମ ଯାତ୍ରାରେ ରାମ ନାମ ଶୁଣା ଯାଉଥିବା ବେଳେ ଏହି ଯାତ୍ରାରେ ଅନେକ ମୌଲବୀ ମଧ୍ୟ ସାମିଲ ହୋଇଥିଲେ । ଅନ୍ତିମ ସଂସ୍କାର ପୂର୍ବରୁ ମାଙ୍କଡ଼କୁ ହିନ୍ଦୁ ଏବଂ ମୁସ୍‌ଲିମ୍‌ ମିଶି ଗାଧୋଇ ଦେବା ସହ ସିନ୍ଦୂର ଲଗାଇଥିଲେ । ପରେ ଏକ କପଡ଼ା ଗୁଡ଼ାଇ ଅନ୍ତିମ ଯାତ୍ରା ଆରମ୍ଭ କରିଥିଲେ। ଦେଶରେ ଏବେ ବି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ମତାନ୍ତର ଦେଖାଯାଉଥିବା ବେଳେ ଏଭଳି ଘଟଣା ଉଦାହରଣ ପାଲଟିଛି । ଯାହା ମଣିଷ ସମ୍ଭବ କରି ପାରି ନ ଥିଲା,ତାହାକୁ ଏକ ମାଙ୍କଡ଼ ସମ୍ଭବ କରି ପାରିଛି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର