କବାଟ ଖୋଲି ଶିଶୁକୁ ସ୍ତନ୍ୟପାନ କରାଉଥିଲେ ମାଆ; ଝାମ୍ପି ନେଲା ମାଙ୍କଡ଼, ପଡ଼ିଶା ଘର ଛାତରୁ ମିଳିଲା ମୃତଦେହ

ଆଗ୍ରା: ଆଗ୍ରାରେ ଜଣେ ମାଆ ତାଙ୍କ କଅଁଳା ଶିଶୁକୁ ସ୍ତନ୍ୟପାନ କରାଉଥିବା ବେଳେ ଏକ ମାଙ୍କଡ଼ ଝାମ୍ପି ନେଇ ଶିଶୁଟିକୁ ମାରି ଦେଇଥିବା ପରି ଦୁଃଖଦ ଘଟଣା ଘଟିଯାଇଛି। ଏହି ଘଟଣାଟି ଆଗ୍ରାସ୍ଥିତ ରୁଣକେତ ଅଞ୍ଚଳର କଚରା ଥୋକ କଲୋନିରେ ଦେଖିବାକୁ ମିିଳିଛି। ମୃତକ ଜଣକ ୧୨ ଦିନ ହେଲା ଜନ୍ମଲାଭ କରିଥିବା ଶିଶୁପୁତ୍ର ଆରୁଶ ବୋଲି ଜାଣିବାକୁ ମିଳିଛି। ସେହି ସମାନ ମାଙ୍କଡ଼ ପରବର୍ତ୍ତୀ ମୁହୁର୍ତ୍ତରେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଆକ୍ରମଣ କରିବାରୁ ନାବାଳିକା ଜଣକ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ମୃତକ ଆରୁଶଙ୍କ ମାଆ ଶିଶୁଟିକୁ ସ୍ତନ୍ୟପାନ କରାଉଥିବା ବେଳେ ମାଙ୍କଡ଼ଟି ଘରର ଦୁଆର କବାଟ ଖୋଲା ଥିବାରୁ ଘର ଭିତରକୁ ପଶିଆସି ଶିଶୁଟିକୁ ଝାମ୍ପି ନେଇ ଯାଇଥିଲା। ମାଙ୍କଡ଼ଟି ଆରୁଶର ବେକକୁ ଧରି ନେଇ କେଉଁ ଆଡ଼େ ପଳାଇ ଯାଇଥିଲା।

ଆରୁଶର ବାପା କହନ୍ତି କି ସେ ପତି-ପତ୍ନୀ କିଛି କରିବା ପୂର୍ବରୁ ମାଙ୍କଡ଼ଟି ତାଙ୍କ ପୁଅକୁ ନେଇ ମାରି ଦେଇଥିଲେ। ଆରୁଶ ତାଙ୍କର ଏକମାତ୍ର ପୁଅ ବୋଲି ବାପା ଯୋଗେଶ କହିଛନ୍ତି।

ମାଙ୍କଡ଼ିଟି ଆରୁଶକୁ ମାରିଦେବା ପରେ ଜଣେ ପଡ଼ୋଶୀଙ୍କ ଛାତରେ ପକାଇ ଦେଇଥିଲା। ଆରୁଶଙ୍କୁ ସେହି ଅବସ୍ଥାରେ ଘରଲୋକ ହସ୍ପିଟାଲ୍‌ ନେଇ ଯାଇଥିଲେ ବି ସେ ଆଉ ଜୀବିତ ନଥିଲା।

ସଂପୃକ୍ତ ଅଞ୍ଚଳରେ ଏହା ଦ୍ୱିତୀୟ ଘଟଣା। କିଛି ଦିନ ପୂର୍ବରୁ ବି ଏହିପରି ଏକ ଘଟଣା ଘଟିଥିଲା। ମାଙ୍କଡ଼ମାନଙ୍କ ଉପଦ୍ରବ ହେତୁ ସ୍ଥାନୀୟ ଲୋକେ ନାନା ଅସୁବିଧାର ସାମ୍ନା କରୁଛନ୍ତି।

ସମ୍ବନ୍ଧିତ ଖବର